ପୁଣି ମହାନତା ଦେଖାଇଲେ ମୋଦି, ନିଜ ଜମିକୁ କଲେ ଦାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଦବ୍ରହ୍ମ କଳା କେନ୍ଦ୍ର ପ୍ରତିଷ୍ଠା ପାଇଁ ଗୁଜୁରାଟର ରାଜଧାନୀ ଗାନ୍ଧିନଗରରେ ଅବସ୍ଥିତ ତାଙ୍କ ଜମିକୁ ଦାନ କରିଛନ୍ତି । ଭାରତର ସାଂସ୍କୃତିକ ଐତିହ୍ୟ ପ୍ରତି ତାଙ୍କର ସମ୍ମାନ ଏବଂ ପ୍ରତିବଦ୍ଧତା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ଜମି ଦାନ କରିଛନ୍ତି । ଏହି ଜମି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସ୍ୱର୍ଗତ ବିଜେପି ନେତା ଅରୁଣ ଜେଟଲୀଙ୍କୁ ଦିଆଯାଇଥିଲା। ତେବେ ସଂଗୀତ ପରମ୍ପରାକୁ ପ୍ରୋତ୍ସାହିତ ତଥା ସଂରକ୍ଷଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଦାନ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦାନ କରାଯାଇଥିବା ଜମି ଗାନ୍ଧୀନଗରର ସେକ୍ଟର -୧ରେ ଅବସ୍ଥିତ। ବର୍ତ୍ତମାନ ଏଠାରେ ନାଦବ୍ରହ୍ମା କଳା କେନ୍ଦ୍ର ପ୍ରତିଷ୍ଠା ହେବ। ଏହି ଜମି ମୂଳତଃ ସରକାରଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାଜପା ନେତା ଅରୁଣ ଜେଟଲୀଙ୍କୁ ହସ୍ତାନ୍ତର କରାଯାଇଥିଲା। ତେବେ ବର୍ତ୍ତମାନ ଏହାକୁ ମାନମନ୍ଦର ଫାଉଣ୍ଡେସନକୁ ହସ୍ତାନ୍ତର କରାଯାଇଛି ଯାହାକି ନାଦବ୍ରହ୍ମା ପ୍ରତିଷ୍ଠାନ ପ୍ରତିଷ୍ଠା ଦାୟିତ୍ୱ ତୁଲାଉଛି।
ଫ୍ରି ପ୍ରେସ ଜର୍ଣ୍ଣାଲର ରିପୋର୍ଟ ଅନୁଯାୟୀ, ମନ୍ଦିର ଫାଉଣ୍ଡେସନର ତତ୍ତ୍ୱାବଧାନରେ ନିର୍ମାଣ ହେବାକୁ ଥିବା ନାଦବ୍ରହ୍ମ କଳା କେନ୍ଦ୍ର ସଂଗୀତର ଏକ ପ୍ରମୁଖ କେନ୍ଦ୍ର ଭାବରେ ଉଭା ହେବ। ଏଠାରେ ଭାରତୀୟ ସଂଗୀତ କଳାର ସମସ୍ତ ଦିଗ ବିଷୟରେ ବିସ୍ତୃତ ସୂଚନା ଦିଆଯିବ । ଭାରତୀୟ ସଙ୍ଗୀତର ବିଭିନ୍ନ ଶୈଳୀ ଏବଂ ପରମ୍ପରାକୁ ଦୃଷ୍ଟିରେ ରଖି ଏବଂ ଏହାକୁ ପ୍ରଚାର କରିବା ଉଦ୍ଦେଶ୍ୟରେ ନାଦବ୍ରହ୍ମା କଳା କେନ୍ଦ୍ର ନିର୍ମାଣ କରାଯିବ। ସଂଗୀତ ଏବଂ ସୃଜନଶୀଳତା ଶିକ୍ଷା ପାଇଁ ଏକ ଉତ୍କୃଷ୍ଟ ପରିବେଶ ଯୋଗାଇବା ହେଉଛି ଅନୁଷ୍ଠାନର ଉଦ୍ଦେଶ୍ୟ ।












Click it and Unblock the Notifications