କୌଣସି ପ୍ରକାର ପରୋକ୍ଷ ଯୁଦ୍ଧକୁ ଭାରତ ସହ୍ୟ କରିବ ନାହିଁ :ପ୍ରଧାନମନ୍ତ୍ରୀ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଭାରତର ମହିଳା ଶକ୍ତି ପାଇଁ ଏକ ଆହ୍ୱାନ ଥିଲା । ମଧ୍ୟପ୍ରଦେଶର ଭୋପାଳ ସ୍ଥିତ ଜମ୍ବୁରୀ ମଇଦାନ ଠାରେ ଲୋକମାତା ଦେବୀ ଅହିଲ୍ୟା ବାଈଙ୍କ ୩୦୦ତମ ଜନ୍ମ ବାର୍ଷିକୀ ଅବସରରେ ମହିଳା ସଶକ୍ତିକରଣ ମହା ସମ୍ମିଳନୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ।
କୌଣସି ପ୍ରକାର ପରୋକ୍ଷ ଯୁଦ୍ଧକୁ ଭାରତ ସହ୍ୟ କରିବ ନାହିଁ । ଆତଙ୍କବାଦୀ କାର୍ଯ୍ୟକଳାପର ଦୃଢ଼ ଜବାବ ଦେବାକୁ ଭାରତ ସଂକଳ୍ପବଦ୍ଧ ବୋଲି ଶ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ସିନ୍ଦୂର ଭାରତର ସାହସିକତାର ପ୍ରତୀକ ପାଲଟିଛି । ଭାରତୀୟ ସେନା ଶହଶହ କିଲୋମିଟର ଦୂରରେ ଥିବା ଶତ୍ରୁ ଅଞ୍ଚଳରେ ପ୍ରବେଶ କରି ଆତଙ୍କବାଦୀ ଆଙ୍ଗାସ୍ଥଳୀ ଗୁଡ଼ିକୁ ଧ୍ୱଂସ କରିଛି ।

ଭାରତର ଇତିହାସରେ ଏପର୍ଯ୍ୟନ୍ତ ଏହା ହେଉଛି ସବୁଠାରୁ ବଡ଼ ସଫଳତା । ୧୪୦ କୋଟି ଭାରତୀୟଙ୍କର ସ୍ପଷ୍ଟ ବାର୍ଭା ହେଉଛି, ଗୁଳିର ଜବାବ ଅନୁରୂପ ଭାଷାରେ ପ୍ରଦାନ କରାଯିବ । ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ନେତୃତ୍ବାଧୀନ ବିକାଶକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ସରକାରଙ୍କ ପ୍ରତ୍ୟେକ ପ୍ରମୁଖ ଯୋଜନାର କେନ୍ଦ୍ରବିନ୍ଦୁ ଭାବେ ମହିଳା ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ଜନକଲ୍ୟାଣ ମୂଳକ ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ଲୋକମାତା ଦେବୀ ଅହିଲ୍ୟା ବାଈ ହୋଲକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତାଙ୍କର ଦୃଢ଼ ସଂକଳ୍ପ ଏବଂ କଷ୍ଟକର ପରିସ୍ଥିତିକୁ ପ୍ରତିହତ କରିବାର ଚେଷ୍ଟା ଅନ୍ୟମାନଙ୍କ ପାଇଁ ଏକ ଶକ୍ତିଶାଳୀ ଉଦାହରଣ ।












Click it and Unblock the Notifications