Get Updates
Get notified of breaking news, exclusive insights, and must-see stories!

ମହାୟୁତୀର ବଡ଼ ବିଜୟ ପରେ ପିଏମ ମୋଦିଙ୍କ ପ୍ରତିକ୍ରିୟା, କହିଲେ ...

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ରେଜଲ୍ଟରେ ବିଜେପିରେ ଖୁସିର ଲହର ଖେଳିଯାଇଛି । ୨୮୮ଟି ଆସନରୁ ୧୪୯ଟି ମହାୟୁତି ମେଣ୍ଟ ବିଜୟ ହାସଲ କରିସାରିଥିବା ବେଳେ ୮୧ଟିରେ ଆଗୁଆ ରହିଛି। ଅର୍ଥାତ୍ ଏହି ମେଣ୍ଟ ୨୩୦ ଆସନ ଜିତିବା ଦିଗରେ ଆଗେଇ ଚାଲିଛି। ଆଉ ତା' ମଧ୍ୟରେ ବିଜେପି ଏକାକୀ ୧୩୦ରୁ ଅଧିକ ଆସନରେ ବିଜୟୀ ହେବା ନିଶ୍ଚିତ ପ୍ରାୟ। ଏଭଳି ଏକ ବିଜୟ ଦେଖି ବେଶ୍ ଖୁସି ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଉ ଏଥିପାଇଁ ସେ ମହାରାଷ୍ଟ୍ରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି, ବିକାଶ ଜିତିଛି। ସୁଶାସନ ଜିତିଛି। ମହାରାଷ୍ଟ୍ରର ମୋ ଭାଇ ଓ ଭଉଣୀମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ବିଶେଷ କରି ଯୁବ ଓ ମହିଳାମାନଙ୍କୁ ଏନ୍‌ଡିଏର ଏହି ଐତିହାସିକ ବିଜୟ ପାଇଁ କୃତଜ୍ଞତା ଜଣାଉଛି। ଏହି ସ୍ନେହ ଓ ଉତ୍ସାହର ତୁଳନା ନାହିଁ। ମୁଁ ଲୋକଙ୍କୁ ନିଶ୍ଚିତ କରୁଛି ଯେ ଆମ ମେଣ୍ଟ ମହାରାଷ୍ଟ୍ରର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବ।

pm modi

ଏହା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରଖଣ୍ଡବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେଠାରେ ବିଜେପି ମେଣ୍ଟକୁ ଶକ୍ତ ଧକ୍କା ଲାଗିଛି। ୮୧ ଆସନ ବିଶିଷ୍ଟ ଝାରଖଣ୍ଡ ବିଧାନସଭାରେ ବିଜେପି ମେଣ୍ଟ ମାତ୍ର ୨୫ ଆସନ ଜିତିବାର ସମ୍ଭାବନା ରହିଛି। କାରଣ ୧୨ଟି ଜିତି ସାରିଥିବା ବେଳେ ଆଉ ୧୩ଟିରେ ଆଗରେ ରହିଛି। ଅପରପକ୍ଷରେ ଜେଏମ୍‌ଏମ୍‌ ମେଣ୍ଟ ୫୫ଟି ଆସନ ଜିତିବା ସ୍ପଷ୍ଟ ହେଉଛି।

ଏହି ମେଣ୍ଟ ୩୬ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୧୯ଟିରେ ଆଗରେ ରହିଛି। ପ୍ରଧାନମନ୍ତ୍ରୀ ଝାରଖଣ୍ଡବାସୀଙ୍କୁ ଧନ୍ୟବାଦ ଦେବା ସହିତ ଲୋକଙ୍କ କଥା ଉଠାଇବାକୁ ତାଙ୍କ ମେଣ୍ଟ ସର୍ବଦା ଆଗରେ ରହିବ ବୋଲି କହିଛନ୍ତି। ତା'ସହିତ ରାଜ୍ୟ ପାଇଁ କାର୍ଯ୍ୟ କରିବ ବୋଲି କହିଛନ୍ତି। ଏହା ସହିତ ଜେଏମ୍‌ଏମ୍‌ ନେତୃତ୍ୱାଧୀନ ମେଣ୍ଟର ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+