ପିଓକେକୁ ଭାରତ ସହ ମିଶାଇବାକୁ ମୋଦିଙ୍କ ୪ଶହ ପାର୍ ନାରା: ହିମନ୍ତ ବିଶ୍ୱଶର୍ମା
୪ଶହ ଟପିଲେ POK ମିଶିବ । ପିଓକେକୁ ଭାରତ ସହ ମିଶାଇବାକୁ ମୋଦିଙ୍କ ୪ଶହ ପାର୍ ନାରା । ୩ଶହ ପାର୍ରେ ଶ୍ରୀରାମ ମନ୍ଦିର ନିର୍ମାଣ ହେଲା, ସିଏଏ ଲାଗୁ ହେଲା । ୪ ଶହ ପାର୍ ହେଲେ ପିଓକେ ଭାରତ ସହ ମିଶିବ କହିଲେ ହିମନ୍ତ।
କୃଷ୍ଣ ମନ୍ଦିର, ଜ୍ଞାନବ୍ୟାପୀ ନିର୍ମାଣ ହେବ, ଅନେକ କାର୍ଯ୍ୟ କରାଯିବ। ପିଓକେ ଅଶାନ୍ତ ସତ୍ତ୍ବେ ଶ୍ରୀନଗରରେ ଲୋକ ସୁରକ୍ଷିତ ଓ ଶାନ୍ତିରେ ଅଛନ୍ତି । ୪ ଶହ ମଧ୍ୟରେ ଆସ୍କା ନିର୍ବାଚନ ମଣ୍ଡଳୀ ମଧ୍ୟ ଆସୁଛି ।
ଓଡ଼ିଶାରେ ମୋଦି ମାଗଣା ଚାଉଳ ଦେଲେ, ନବୀନ ଅଖା ଦେଲେ । ଏମିତି କହି ନବୀନଙ୍କୁ ସମାଲୋଚନା କଲେ ଆସାମ ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ମାଗଣାରେ ୨ଟି ଅଖା ଦେଲେ । ଯଦି ମୋଦି ଚାଉଳ ଦେଲେ, ତମେ ଡାଲି ନଚେତ୍ ଲୁଣ ଦେଇଥାନ୍ତେ । ରାଜ୍ୟ ସରକାର ୨ ଅଖା ଦେଇ ଓଡ଼ିଶାବାସୀଙ୍କୁ ଅପମାନିତ କରିଛନ୍ତି। ଆଉ ସେହି ଝୁଲା ମଧ୍ୟ ଓଡ଼ିଶାରେ ତିଆରି ନୁହେଁ, ତାମିଲନାଡୁରୁ ଆସିଛି।

ଭୁବନେଶ୍ବରରେ ପହଞ୍ଚିଲେ ଡ୍ରିମ୍ଗର୍ଲ ହେମାମାଳିନୀ । ସାଲିଆସାହିରେ ବିଜେପି ଜନସଭାକୁ ସମ୍ବୋଧିତ କରିବେ । ଅପରାହ୍ନରେ କଟକ କିଶୋରନଗରରେ ଦଳୀୟ ସଭାରେ ଯୋଗ ଦେବେ ହେମା ।
ଭୁବନେଶ୍ବର ବିମାନବନ୍ଦର ବାହାରେ ହେମାମାଳିନୀ ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟର ୨୫ ବର୍ଷର ସରକାର ପରିବର୍ତ୍ତନ ହେବାର ସମୟ ଆସିଛି । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କୌଣସି ବିକାଶ ହୋଇନି । ଓଡ଼ିଶାର ବିକାଶ ପାଇଁ ଏବେ ଡବଲ ଇଞ୍ଜିନ୍ ସରକାର ଦରକାର । ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି, ଏଠି ବିଜେପି ସରକାର କରିବ ବୋଲି ହେମାମାଳିନୀ କହିଛନ୍ତି ।












Click it and Unblock the Notifications