ମୋଦୀଙ୍କୁ ମିଳିଛି ୨୯ ଆନ୍ତର୍ଜାତିକ ସମ୍ମାନ
ନରେନ୍ଦ୍ର ମୋଦୀ ୨୦୧୪ରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ଆସନ ଅଳଙ୍କୃତ କରିଥିବାବେଳେ ଏ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିପାରିଛନ୍ତି। ବିଗତ ୧୪ ବର୍ଷ ମଧ୍ୟରେ ମୋଦୀ ଏକାଧିକ ରାଷ୍ଟ୍ର ଗସ୍ତ କରିସାରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଙ୍କୁ ୨୯ଟି ଆନ୍ତର୍ଜାତିକ ସମ୍ମାନ ମିଳିଥିବା ଜଣାପଡିଛି । ନିକଟରେ ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଇଥିଓପିଆ ଓ ଓମାନରେ ମୋଦୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ପ୍ରଦାନ କରାଯାଇଛି ।

ପୂର୍ବରୁ ନାମ୍ବିଆ, ବ୍ରାଜିଲ, ଘାନା, ତ୍ରିନିଦାଦ୍ ଆଣ୍ଡ୍ ଟବାଗୋ, ସାଇପ୍ରସ, ଶ୍ରୀଲଙ୍କା, ମରିସସ୍, କୁଏତ୍, ଗ୍ବାଏନା, ବାର୍ବାଡୋସ, ନାଇଜେରିଆ, ଡୋମିନିକା, ରୁଷ୍, ଗ୍ରୀସ, ଫ୍ରାନ୍ସ, ଇଜିପ୍ଟ, ରିପବ୍ଲିକ ଅଫ୍ ପାଲାଉ, ପାପୁଆ ନିଉ ଗିନି, ଫିଜି, ଭୁଟାନ, ଆମେରିକା, ବାହାରିନ, ମାଳଦ୍ବୀପ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ), ପାଲେଷ୍ଟାଇନ, ଆଫଗାନିସ୍ତାନ ଓ ସାଉଦି ଆରବ ଭଳି ରାଷ୍ଟ୍ର ମୋଦୀଙ୍କୁ ସମ୍ମାନିତ କରିସାରିଛନ୍ତି।












Click it and Unblock the Notifications