SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି; ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ
SCO ସମ୍ମିଳନୀରେ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ମୋଦି। ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ କହିଲେ ।
ସୁରକ୍ଷା, ଶାନ୍ତି ଓ ସ୍ଥିରତା ଯେ କୌଣସି ଦେଶର ବିକାଶ ପାଇଁ ଜରୁରୀ। କିନ୍ତୁ ଆତଙ୍କବାଦ ଏସବୁ ପାଇଁ ସବୁଠୁ ବଡ଼ ପ୍ରତିବନ୍ଧକ । ଗତ ୪ ଦଶନ୍ଧିରୁ ଭାରତ ଆତଙ୍କବାଦର ପୀଡ଼ା ସହିଛି।
ଅନେକ ମାଆ ନିଜ ସନ୍ତାନ ହରାଇଛନ୍ତି, ଅନେକ ମଧ୍ୟ ଅନାଥ ହୋଇଛନ୍ତି ।ନିକଟରେ ପହଲଗାମ ହମ୍ଲା ମାନବିକତା ଉପରେ ଆକ୍ରମଣ ଥିଲା।
ଏଭଳି କଠିନ ସମୟରେ ଭାରତକୁ ସମର୍ଥନ କରିଥିବା ମିତ୍ର ଦେଶଗୁଡ଼ିକୁ ଧନ୍ୟବାଦ ଜଣାଉଛି।

ଭାରତ ଟେରର ଫଣ୍ଡିଂ ବିରୋଧରେ ବି ସ୍ବର ଉଠାଇଛି। ଆମେ ଆତଙ୍କବାଦର ପ୍ରତ୍ୟେକଟି ସ୍ବରୂପକୁ ବିରୋଧ କରୁଛୁ କହିଲେ ମୋଦି ।
ଆତଙ୍କବାଦ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣେଇବା ଉଚିତ୍ । ତେଣୁ ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ହେବ
। ଆତଙ୍କବାଦ ପ୍ରସଙ୍ଗରେ କୌଣସି ଡବଲ୍ ଷ୍ଟାଣ୍ଡାର୍ଡ ଚାଲିବନି କହିଲେ ମୋଦି।












Click it and Unblock the Notifications