NDA ବୈଠକରେ ଓଡ଼ିଶାକୁ ପ୍ରଶଂସା କଲେ ମୋଦି: କହିଲେ, ଓଡ଼ିଶା ଦେଶର ବିକଶିତ ଇଞ୍ଜିନ ହେବ
Narendra Modi Speech: ଏନଡିଏ ଦ୍ୱାରା ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଛନ୍ତି ମୋଦି । ଯାହା ପରେ ମୋଦି କହିଛନ୍ତି, ଆମ ମେଣ୍ଟ ମଜବୁତ ଏବଂ ଶକ୍ତିଶାଳୀ ଅଛି । ବିରୋଧୀ ସହଯୋଗୀ ଦଳ 'ଇଣ୍ତିଆ'କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏନଡିଏ ହେଉଛି ସବୁଠାରୁ ଶକ୍ତିଶାଳୀ ସହଯୋଗୀ ଦଳ। ତାଙ୍କ ଅଭିଭାଷଣରେ ଏନଡିଏର ଯାତ୍ରା ସମ୍ପର୍କରେ ନରେନ୍ଦ୍ର ମୋଦି କହିଛନ୍ତି ଯେ ଦକ୍ଷିଣରେ ନୂଆ ରାଜନୀତି ଆରମ୍ଭ ହେବାକୁ ଯାଉଛି।

ଏଥିସହ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ମୋଦି, କହିଛନ୍ତି ଓଡ଼ିଶା ଦେଶର ବିକଶିତ ଇଞ୍ଜିନ ହେବ । ଦେଶର ବିକାଶ କ୍ଷେତ୍ରରେ ପ୍ରମୁଖ ସ୍ଥାନ ନେବ ଓଡ଼ିଶା । ସେ ଆହୁରି କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା ଆଗାମୀ ୨୫ ବର୍ଷ ଯାଏଁ ଦେଶର ବିକାଶରେ ଓଡ଼ିଶା ନେବ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ।












Click it and Unblock the Notifications