ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ କଳାହାଣ୍ଡିର ଗୋଲାମୁଣ୍ଡା କିଷାନ ଉତ୍ପାଦ ସଂଘକୁ ପ୍ରଶଂସା କଲେ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସମ୍ବିଧାନ ହେଉଛି ଦେଶର ମାର୍ଗଦର୍ଶକ । ଆସନ୍ତା ଜାନୁଆରୀ ୨୬ ତାରିଖରେ ଭାରତୀୟ ସମ୍ବିଧାନ ୭୫ ବର୍ଷ ପୂରଣ କରିବାକୁ ଯାଉଛି । ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଆକାଶବାଣୀର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଦେଶବାସୀକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସମୟର ପରୀକ୍ଷାରେ ସମ୍ବିଧାନ ସର୍ବଦା ତା'ର ଉତ୍କୃଷ୍ଟତା ପ୍ରଦାନ କରିଆସିଛି । ଚଳିତବର୍ଷ ସମ୍ବିଧାନ ଦିବସ ଗ୍ରହଣର ୭୫ବର୍ଷ ପୂର୍ତ୍ତି ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଯାହା ବର୍ଷସାରା ଜାରି ରହିବ ।

ସମ୍ବିଧାନର ପରମ୍ପରା ସହ ସାଧାରଣ ନାଗରିକଙ୍କୁ ସମ୍ପୃକ୍ତ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ୱେବ୍‍ସାଇଟ୍‍ constitution75.com ର ପ୍ରଚଳନ କରାଯାଇଛି । ଏହି ୱେବ୍‍ସାଇଟ୍‍ ମାଧ୍ୟମରେ ସମ୍ବିଧାନକୁ ପଢ଼ିବା ସହିତ ନିଜର ଭିଡ଼ିଓ ରେକର୍ଡିଂ କରି ଅପ୍‍ଲୋଡ କରାଯାଇପାରିବ । ବିଭିନ୍ନ ଭାଷାରେ ସମ୍ବିଧାନକୁ ପଢ଼ିବା ସହ ସମ୍ବିଧାନ ପ୍ରସଙ୍ଗ ସଂକ୍ରାନ୍ତ ପ୍ରଶ୍ନ ପଚାରିବାର ମଧ୍ୟ ଏଥିରେ ସୁଯୋଗ ରହିଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଆସନ୍ତା ମାସ ୧୩ ତାରିଖରେ ପ୍ରୟାଗରାଜଠାରେ ମହା କୁମ୍ଭମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମହାକୁମ୍ଭ ମେଳା କେବଳ ବିଶାଳ ନୁହେଁ ବରଂ ଏହାର ବିବିଧତା ସର୍ବଜନବିଦିତ । 'ମହାକୁମ୍ଭକା ସନ୍ଦେଶ, ଏକ୍‍ ହୋ ପୁରା ଦେଶ' ସ୍ଲୋଗାନ ମାଧ୍ୟମରେ ଅବିଭକ୍ତ ସମାଜ ଗଠନ ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ପ୍ରଥମଥର ପାଇଁ ଏହି ମେଳାରେ କୃତ୍ରିମ ବୁଦ୍ଧିମତା ଚାର୍ଟବଟ୍‍ର ବ୍ୟବହାର କରାଯିବ ।

ଏହା ମାଧ୍ୟମରେ କୁମ୍ଭମେଳା ସଂକ୍ରାନ୍ତ ସମସ୍ତ ସୂଚନା ୧୧ଟି ଭାରତୀୟ ଭାଷାରେ ଉପଲବ୍ଧ କରାଇବାର ବ୍ୟବସ୍ଥା ହୋଇଛି । ସମଗ୍ର ମେଳା ଅଞ୍ଚଳକୁ ଏଆଇ ଚାଳିତ କ୍ୟାମେରା ମାଧ୍ୟମରେ ନଜର ରଖାଯିବ ବୋଲି ସେ ସୂଚନା ଦେଇଛନ୍ତି । ଭାରତୀୟ ଆନିମେସନ ଚଳଚ୍ଚିତ୍ର, ନିୟମିତ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ଲୋକପ୍ରିୟତା ଦେଶରେ ସୃଜନଶୀଳ ଉଦ୍ୟମରେ ରହିଥିବା ସମ୍ଭାବନାକୁ ସୂଚିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆନିମେସନ ସିରିଜ ଗୁଡ଼ିକ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଚଳଚ୍ଚିତ୍ର ଶିଳ୍ପ ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ବିଶେଷ ଫଳପ୍ରଦ ହୋଇଛି ବୋଲି ସେ କହିଛନ୍ତି । 'ଏକ ଭାରତ ଶ୍ରେଷ୍ଠ ଭାରତ'ର ଭାବନାକୁ ଚଳଚ୍ଚିତ୍ର ଜଗତ ସୁଦୃଢ଼ କରିପାରିଛି । ଚଳିତବର୍ଷ ଚଳଚ୍ଚିତ୍ର ଜଗତର ଜଣେ ମହାନ ବ୍ୟକ୍ତିତ୍ୱ ରାଜ କାପୁରଙ୍କର ୧୦୦ତମ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚଳଚ୍ଚିତ୍ର ଜଗତ ସହ ଜଡିତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କର ଉଲ୍ଲେଖ କରିଛନ୍ତି ।

ଆସନ୍ତା ବର୍ଷ ଭାରତରେ ପ୍ରଥମଥର ପାଇଁ ବିଶ୍ୱ ଅଡିଓ ଭିଜୁଆଲ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମ୍ମିଳନୀରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଜଗତର ବହୁ ବିଶିଷ୍ଟ ଏବଂ ସୃଜନଶୀଳ ବ୍ୟକ୍ତି ଭାରତ ଗସ୍ତରେ ଆସିବେ । ଏ କ୍ଷେତ୍ରରେ ଭାରତ ସମଗ୍ର ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିବାକୁ ଯାଉଛି । ସ୍ୱାସ୍ଥ୍ୟ କ୍ଷେତ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ୨ଟି ବଡ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ ୨୦୧୫ରୁ ୨୦୨୩ ମଧ୍ୟରେ ଭାରତରେ ମ୍ୟାଲେରିଆ ରୋଗୀ ଏବଂ ତତ୍‍ଜନିତ ମୃତ୍ୟୁସଂଖ୍ୟା ୮୦ ପ୍ରତିଶତ ହ୍ରାସ ପାଇଛି । ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅନ୍ୟଏକ ଉପଲବ୍ଧି ହେଉଛି ଭାରତରେ ଠିକ୍‍ ସମୟରେ କର୍କଟ ଚିକିତ୍ସା ଆରମ୍ଭ ହେବାର ସମ୍ଭାବନା ବୃଦ୍ଧି ପାଇଛି । ଏଥିରେ ଆୟୁଷ୍ମାନ ଭାରତ ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ୯୦ ପ୍ରତିଶତ କର୍କଟ ରୋଗୀ ଏହି ଯୋଜନା ମାଧ୍ୟମରେ ସଠିକ୍‍ ସମୟରେ ଚିକିତ୍ସା ଉପଲବ୍ଧ କରିପାରୁଛନ୍ତି ।

modi

ଫଳରେ କର୍କଟ ଚିକିତ୍ସାରେ ଆର୍ଥିକ ସମସ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି । ସଚେତନ, ଠିକ୍‍ ସମୟରେ ପଦକ୍ଷେପ ଏବଂ ଆଶ୍ୱାସନା ମାଧ୍ୟମରେ କର୍କଟ ରୋଗକୁ ପ୍ରତିହତ କରାଯାଇପାରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କ୍ରୀଡ଼ା ଏବଂ ଫିଟ୍‍ନେସ ସମ୍ବନ୍ଧୀୟ ଦେଶରେ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି । ଏକ ସଫଳତାର କାହାଣୀ ବିଷୟରେ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ପରିବା ବିପ୍ଳବ ବିଷୟରେ ଆଲୋକପାତ କରିଛନ୍ତି ।

ଜିଲ୍ଲାର ଗୋଲମୁଣ୍ଡା ବ୍ଲକ ଏକ ପରିବା ହବ୍‍ରେ ପରିଣତ ହୋଇଛି । ୧୦ଜଣ କୃଷକଙ୍କ ଏକ ଗୋଷ୍ଠୀ କୃଷକ ଉତ୍ପାଦକ ସଂଘ ନାମରେ ଏକ ସଂଗଠନ ପ୍ରତିଷ୍ଠା କରି ପରିବା ଚାଷରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଆରମ୍ଭ କରିଥିଲେ । ଏହି ଉତ୍ପାଦକ ସଂଘ ଆଜି ବହୁକୋଟି ଟଙ୍କାର ବ୍ୟବସାୟରେ ପରିଣତ ହୋଇଛି । ୪୫ଜଣ ମହିଳା କୃଷକଙ୍କ ସମେତ ୨୦୦ରୁ ଅଧିକ କୃଷକ ଏହି ସଂଘ ସହ ଜଡିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆସନ୍ତା ବର୍ଷ ଭାରତ ସଫଳତାର ନୂତନ ଶିଖରକୁ ସ୍ପର୍ଶ କରିବ ବୋଲି ସେ କହିଛନ୍ତି । ନିଜ ପାଖରେ ଥିବା ଅନନ୍ୟ ପ୍ରୟାସକୁ ମନ୍‍ କି ବାତ୍‍ ସହ ବାଣ୍ଟିବାକୁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+