ଶପଥ ଗ୍ରହଣ ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି
PM Modi Oath Ceremony: ଆଜିଠୁ ମୋଦିଙ୍କ ତୃତୀୟ ଇନିଂସ । ଶପଥ ଗ୍ରହଣ ପୂର୍ବରୁ ରାଜଘାଟରେ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି । ସେହିପରି ସଦୈବ ଅଟଳରେ ଅଟଳ ବିହାରୀ ବାଦପେୟୀଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି । ତେବେ ଲଗାତାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି ।
ରବିବାର ସନ୍ଧ୍ୟା ୭ଟା ୧୫ରେ ରାଷ୍ଟ୍ରପତି ଭବନରେ ତୃତୀୟ ଥର ପାଇଁ ପିଏମ ହେବେ ମୋଦି । ଜବାହରଲାଲ ନେହରୁଙ୍କ ପରେ ହ୍ୟାଟ୍ରିକ୍ କରିବାରେ, ମୋଦି ସାଜିବେ ଦ୍ୱିତୀୟ ପ୍ରଧାନମନ୍ତ୍ରୀ । ଆଜି ଶପଥ ଗ୍ରହଣ ସମାରୋହ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ମୋଦିଙ୍କ ସମେତେ ଶପଥ ନେବେ ତାଙ୍କର କେନ୍ଦ୍ର କ୍ୟାବିନେଟ୍ ।

ପ୍ରାୟ ୫୨ ରୁ ୫୫ ଜଣ ମନ୍ତ୍ରୀ ଶପଥ ନେଇପାରନ୍ତି, ଯେଉଁଥିରେ ୧୯ ରୁ ୨୨ ଜଣ କ୍ୟାବିନେଟ୍ ମନ୍ତ୍ରୀ ଏବଂ ୩୩ ରୁ ୩୫ ଜଣ ରାଷ୍ଟ୍ରମନ୍ତ୍ରୀ ରହିବା ନେଇ ସୂଚନା ରହିଛି ।












Click it and Unblock the Notifications