ଆଡଭାନୀ ଓ ଯୋଶୀଙ୍କୁ ଭେଟିଲେ ମୋଦୀ
ଦେଶରେ ଏନଡିଏ ୩.୦ ସରକାର ଗଠନ ହେବାକୁ ଯାଉଛି। ଦେଶରେ ଗଠନ ହେବାକୁ ଥିବା ମେଣ୍ଟ ସରକାରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବେ। ଆଜି ଏନଡିଏ ସଂସଦୀୟ ଦଳ ବୈଠକରେ ସେ ନେତା ଭାବେ ନିର୍ବାଚିତ ହୋଇଛନ୍ତି।
ଏଥିସହ ସମସ୍ତଙ୍କୁ ସାଙ୍ଗରେ ନେଇ ଦେଶର ବିକାଶର ଗତିକୁ ବୃଦ୍ଧି କରିବେ ବୋଲି ମୋଦି ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ସଂସଦୀୟ ଦଳ ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି।

ମୋଦି ଏନଡିଏ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଧିବଦ୍ଧ ଭାବେ ସରକାର ଗଠନ ପାଇଁ ଦାବି କରିବେ। ଏନଡିଏ ଦଳର ସମର୍ଥନ ଚିଠି ରାଷ୍ଟ୍ରପତିଙ୍କୁ ଦେବା ପୂର୍ବରୁ ମୋଦି ଆଜି ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କୁ ଭେଟିଛନ୍ତି।
କଡ଼ା ସୁରକ୍ଷାବଳୟ ମଧ୍ୟରେ ମୋଦି ପ୍ରଥମେ ଦିଲ୍ଲୀରେ ଥିବା ଭାରତନ ରତ୍ନ ପୁରସ୍କାର ପ୍ରାପ୍ତ ଆଡଭାନୀଙ୍କ ଘରେ ପହଞ୍ଚିଥିଲେ। ସେଠାରେ ସେ ଆଡଭାନୀଙ୍କୁ ଫୁଲତୋଡ଼ା ଦେଇଥିଲେ। ତାଙ୍କ ସହ ବେଶ କିଛି ସମୟ କଥା ହେବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଥିଲେ। ତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ମୋଦି କଥା ହୋଇଛନ୍ତି।
ଏହାପରେ ସେ ସିଧା ମୁରଲୀ ମନୋହର ଯୋଶୀଙ୍କ ଘରେ ପହଞ୍ଚିଥିଲେ। ତାଙ୍କୁ ମଧ୍ୟ ମୋଦି ଫୁଲତୋଡ଼ା ଦେଇଥିଲେ। ତାଙ୍କୁ ସରକାର ଗଠନ ବିଷୟରେ ଜଣାଇଥିଲେ। ଯୋଶୀ ଓ ଆଡଭାନୀଙ୍କ ଆଶୀର୍ବାଦ ପାଇଁ ମୋଦି ଆଜି ସେମାନଙ୍କୁ ଭେଟିଛନ୍ତି।












Click it and Unblock the Notifications