ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ: ଜେଲେନସ୍କିଙ୍କୁ ଆଲିଙ୍ଗନ କରି ଦେଲେ ଆଶ୍ୱସନା, ଏହି ବିଷୟରେ ହେଲା ଆଲୋଚନା

PM Modi: ୟୁକ୍ରେନ ଗସ୍ତରେ ପ୍ରଧାନମନ୍ତ୍ରୀ । ଆଜି ପ୍ରଧାନମନ୍ତ୍ରୀ କିଭରେ ପହଞ୍ଚିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନ୍‌ସ୍କି ତାଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ଦୁଇ ରାଷ୍ଟ୍ରନେତା ଆଲିଙ୍ଗନ କରୁଥିବା ଦେଖିବା ପାଇଁ ମିଳିଥିଲା । ସୋସିଆଲ ମିଡିଆରେ ଉଭୟଙ୍କର ଫଟୋ ଭାଇରାଲ ହେବାରେ ଲାଗିଛି । ଯାହା ସାରା ବିଶ୍ୱକୁ ଏକ ବାର୍ତ୍ତା ଦେଉଛି ।

ମୋଦି ଓ ଜେଲେନସ୍କି ଦେଶର ଶହୀଦ ସ୍ମାରକୀ ପରିଭ୍ରମଣ କରିଦେଖାଇବା ସମୟରେ ପ୍ରଧାନମନ୍ତ୍ରୀ ମୋଦି ଜେଲେନସ୍କିଙ୍କ କାନ୍ଧରେ ହାତ ପକାଇ ତାଙ୍କୁ ସାନ୍ତ୍ୱନା ଦେଉଥିବା ଦେଖିବାକୁ ମିଳିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ମଧ୍ୟ ଭେଟିଥିଲେ । ପ୍ରବାସୀ ଭାରତୀୟମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ ଜଣାଇଥିଲେ । ମୋଦି ସେମାନଙ୍କ ସ୍ଥିତି ପଚାରିବୁଛି ଥିଲେ । ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ମୋଦିଙ୍କୁ ଯୁଦ୍ଧରେ ପ୍ରାଣ ହରାଇଥିବା ଛୋଟ ପିଲାମାନଙ୍କ ସ୍ମୃତି ବୁଲି ଦେଖାଇଥିଲେ । ଯାହାକୁ ନେଇ ସେ ଏକ ଏକ ଟ୍ୟୁକ୍ କରିଛନ୍ତି ଭ୍ଲୋଡିମିର ଜେଲେନ୍‌ କହିଛନ୍ତି, ପ୍ରତ୍ୟେକ ଦେଶର ଶିଶୁ ସୁରକ୍ଷିତ ରହିବା ଉଚିତ ।

ଭାରତ ଏବଂ ୟୁକ୍ରେନ ମଧ୍ୟରେ ଚାରୋଟି ଏମଓୟୁ ସ୍ୱାକ୍ଷରିତ ହୋଇଛି

ଭାରତ ସରକାର ଏବଂ ୟୁକ୍ରେନ ସରକାରଙ୍କ ମଧ୍ୟରେ ଚାରୋଟି ଏମଓୟୁ ସ୍ୱାକ୍ଷରିତ ହୋଇଛି।
1. ମାନବିକତା ଉପରେ ସାହାଯ୍ୟ ଯୋଗାଇବା
2. ଖାଦ୍ୟ ଏବଂ କୃଷି
3. ଚିକିତ୍ସା ଏବଂ ଔଷଧ
4. ସାଂସ୍କୃତିକ ସହଯୋଗ ସମ୍ବନ୍ଧରେ MOU ସ୍ୱାକ୍ଷରିତ ହୋଇଛି ।

Modi meets Zelensky

ବାଣିଜ୍ୟ, ଅର୍ଥନୈତିକ ଏବଂ ପ୍ରତିରକ୍ଷା ଉପରେ ଆଲୋଚନା ହୋଇଛି । ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି, "ବୈଠକରେ ବାଣିଜ୍ୟ, ଅର୍ଥନୈତିକ ପ୍ରସଙ୍ଗ, ପ୍ରତିରକ୍ଷା, ଫାର୍ମାସ୍ୟୁଟିକାଲ୍ସ, କୃଷି, ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+