ହରିୟାଣାରେ 'ମୋଦି ମ୍ୟାଜିକ୍'

Haryana Assembly Election Results 2024: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଏହି ଧାରାରେ ଭାରତୀୟ ଜନତା ପାର୍ଟି 50 ଟି ଆସନରେ ଆଗୁଆ ରହିଛି। କଂଗ୍ରେସ 35 ଟି ଆସନରେ ଆଗୁଆ ରହିଛି। ମୁଖ୍ୟମନ୍ତ୍ରୀ ନୟାବ ସିଂହ ସାଇନି ଏବଂ କଂଗ୍ରେସ ନେତା ଭୁପେନ୍ଦ୍ର ସିଂ ହୁଡା ନିଜ ନିଜ ଆସନରେ ଆଗୁଆ ଅଛନ୍ତି।

Haryana Assembly Election Results 2024

ଏହି ଧାରା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ ବିଜେପି ପାଇଁ ଟ୍ରମ୍ପ କାର୍ଡ ବୋଲି ପ୍ରମାଣିତ କରିଛନ୍ତି। ଏଥି ସହ ରାହୁଲ ଗାନ୍ଧୀ କଂଗ୍ରେସ ପାଇଁ କୌଣସି ବିଶେଷ ଚମତ୍କାର କରିପାରି ନାହାଁନ୍ତି । ହରିୟାଣାରେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦି ମୋଟ 5 ଟି ରାଲି କରିଥିଲେ। ଏହି ସମାବେଶର ପ୍ରଭାବ ହରିୟାଣାର 17 ଟି ବିଧାନସଭା ଆସନ ଉପରେ ପଡିଥିଲା। ଏଥିମଧ୍ୟରୁ ବିଜେପି 10 ଟି ଆସନରେ ଆଗୁଆ ରହିଛି। ଏହା ବ୍ୟତୀତ କଂଗ୍ରେସ 5 ରହିଛି । ସେହିପରି ରାହୁଲ ଗାନ୍ଧୀ ହରିୟାଣାରେ ରାଲି କରିଥିବା 14 ଟି ଆସନ ମଧ୍ୟରୁ କଂଗ୍ରେସ 7 ରେ ଆଗରେ ରହିଛି । କଂଗ୍ରେସ ଦଳ ମାତ୍ର 4 ଟି ଆସନରେ ଆଗରେ ରହିଛି। ସ୍ୱାଧୀନ ପ୍ରାର୍ଥୀମାନେ ତିନିଟି ଆସନରେ ଆଗରେ ଅଛନ୍ତି।

ପ୍ରଥମ ରାଉଣ୍ଡରେ ସବୁ ଏଗଜିଟ ପୋଲରେ କଂଗ୍ରେସ ଦ୍ରୁତ ଗତିରେ ମାଡିଚାଲିଥିଲା ହେଲେ ହଠାତ୍ ଅଙ୍କ ବଦଳିଗଲା । ଏବେଯାଏଁ ଏଗଜିଟ ପୋଲ ଅନୁସାରେ ବିଜେପି ଭଲ ଗତିରେ ରହିଛି । ଏଯାଏଁ ଟ୍ରେଣ୍ଡକୁ ଦେଖିଲେ, ବିଜେପି ସ୍ପଷ୍ଟ ବହୁମତ ହାସଲ କରିବାର ଯଥେଷ୍ଟ ସମ୍ଭାବନା ଦେଖାଯାଉଛି ।

ହରିୟାଣାରେ ନୁହ ବିଧାନସଭା ଆସନ ହାତେଇଛି କଂଗ୍ରେସ। ନୁହର କଂଗ୍ରେସ ପ୍ରାର୍ଥୀ ଅଫତାବ ଅହମ୍ମଦ ବିଜୟୀ ହୋଇଛନ୍ତି ।ଜୁଲାନା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗଟ୍‌ ବିଜୟୀ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+