ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମୋଦି!
ଢାକା: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରାଯିବା ପରେ ସେ ଦେଶରୁ ପଳାୟନ କରିଥିଲେ। ହାସିନା ବର୍ତ୍ତମାନ ଏକ ଅଜ୍ଞାତ ସ୍ଥାନରେ ଭାରତରେ ଥିବାବେଳେ ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କୁ ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି।
ବାଂଲାଦେଶରେ ସଂରକ୍ଷଣକୁ ନେଇ ଛାତ୍ର ଗୋଷ୍ଠୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଥିରେ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଏବଂ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ଦାବି କରିଥିଲେ ଆନ୍ଦୋଳନକାରୀ।
ଏହାପରେ ଅଗଷ୍ଟ ୫ରେ ପଦରୁ ଇସ୍ତଫା ଦେଇଥିଲେ ଶେଖ୍ ହସିନା। ବର୍ତ୍ତମାନ ଦେଶରେ ଅନ୍ତରୀଣ ସରକାର ଚାଲିଛି, ଯେଉଁଥିରେ ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଅଛନ୍ତି। ଆଉ ବର୍ତ୍ତମାନ କୁହାଯାଉଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମହମ୍ମଦ ୟୁନୁସଙ୍କ ସାକ୍ଷାତକାର ହୋଇପାରେ । ମୋଦି ଏବଂ ନୋବେଲ ବିଜେତା ମହମ୍ମଦ ୟୁନୁସ BIMSTEC ସମ୍ମିଳନୀରେ ସାକ୍ଷାତ କରିପାରନ୍ତି ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୨ ବ୍ୟାଙ୍ଗକକ୍ରେ ବିଏମଷ୍ଟେକ ସମ୍ମିଳନୀ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ବାଂଲାଦେଶ ସରକାରଙ୍କ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ ମହମ୍ମଦ ୟୁନୁସ ବାଂଲାଦେଶର ପ୍ରତିନିଧିତ୍ୱ କରିପାରନ୍ତି।

ଏହି ସମୟ ମଧ୍ୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିପାରନ୍ତି। ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରତିନିଧିତ୍ୱ କରିବେ। ଥାଇଲ୍ୟାଣ୍ଡରେ ଆସନ୍ତା ମାସରେ BIMSTEC ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଭାରତ, ବାଂଲାଦେଶ, ଥାଇଲ୍ୟାଣ୍ଡ, ଭୁଟାନ, ନେପାଳ,
ଶ୍ରୀଲଙ୍କା ଏବଂ ମିଆଁମାରକୁ ନେଇ ଗଠିତ ଏହି ବହୁପକ୍ଷୀୟ ସଂଗଠନର ଗୁରୁତ୍ୱ ଗତ କିଛି ବର୍ଷ ମଧ୍ୟରେ ବୃଦ୍ଧି ପାଇଛି। ଏହାର ଏକ କାରଣ ହେଉଛି ଭାରତ-ପାକିସ୍ତାନ ତିକ୍ତତା। ତେବେ ଏହି ସାକ୍ଷାତକାରରେ ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବାକୁ ନେଇ ଏବଂ ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ପ୍ରସଙ୍ଗ ଆଲୋଚନା ହୋଇପାରେ।












Click it and Unblock the Notifications