୨୦୧୯ରେ ମେଁ ହୁଁ ଚୌକିଦାର, ୨୦୨୪ରେ ମେଁ ହୁଁ ମୋଦିକା ପରିବାର

ନୂଆଦିଲ୍ଲୀ: ସୋମବାର (ମାର୍ଚ୍ଚ ୪, ୨୦୨୪) କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ଭାରତୀୟ ଜନତା ପାର୍ଟି (ବିଜେପି) ସଭାପତି ଜେପି ନଡାଙ୍କ ସମେତ ଅଧିକାଂଶ ବରିଷ୍ଠ ବିଜେପି ନେତା ହଠାତ୍ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କ ପ୍ରୋଫାଇଲର ବାୟୋରେ ଦିଆଯାଇଥିବା ସୂଚନାକୁ ଅପଡ଼େଟ କରିଛନ୍ତି । । ଅପରାହ୍ନରେ ଏହି ନେତାଙ୍କ ଏକ୍ସ ହ୍ୟାଣ୍ଡେଲରେ ନାମ ପୂର୍ବରୁ 'ମୋଦୀଙ୍କ ପରିବାର' ଶବ୍ଦ ମଧ୍ୟ ଯୋଡ଼ିଛନ୍ତି ।

ବିଶେଷ କଥା ହେଉଛି ଏହି ଶବ୍ଦକୁ ବହୁ ବିଜେପି ନେତା ସେମାନଙ୍କ ଏକ୍ସ ଆକାଉଣ୍ଟରେ ଗୋଟିଏ ସମୟରେ ବ୍ୟବହାର କରିଥିବାବେଳେ ବାୟୋ ପରିବର୍ତ୍ତନ ସହ ଜଡିତ ଏହି ପରିବର୍ତ୍ତନ ଗୋଟିଏ ସମୟରେ କରିଥିବାର ଦେଖାଯାଇଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତେଲେଙ୍ଗାନାର ଆଦିଲାବାଦରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଥିଲେ, ମୋଦି ସେଠାରେ କହିଥିଲେ ଯେ ସମଗ୍ର ଦେଶ ହେଉଛି ତାଙ୍କର ପରିବାର । ଏଭଳି ପରିସ୍ଥିତିରେ ଏହା ବୁଝି ହେବ ଯେ ପ୍ରଧାନମନ୍ତ୍ରୀଙ୍କ ସେହି ବିବୃତ୍ତିକୁ ଦୃଷ୍ଟିରେ ରଖି ଅନ୍ୟ ବିଜେପି ନେତାମାନେ ଏହାକୁ ଦଳର ରଣନୀତିର ଏକ ଅଂଶ ଭାବରେ ଏକ୍ସ ଆକାଉଣ୍ଟର ବାୟୋରେ ଯୋଡିଛନ୍ତି ।

modi ka parivar

ଉଲ୍ଲେଖଥାଉ କି, ନିର୍ବାଚନ ଋତୁ ପୂର୍ବରୁ ମୋଦୀଙ୍କ ପରିବାର ନାମ ବିଜେପି ନେତାମାନେ ଏକ୍ସ ରେ ବ୍ୟବହାର କରିଛନ୍ତି । ଆଉ ଏହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଏପ୍ରିଲ-ମେ ମାସରେ ହେବାକୁ ଥିବା ଲୋକସଭା ନିର୍ବାଚନ ସମୟରେ ବିଜେପି ଏହି ପରିବାରର ଆଭିମୁଖ୍ୟ ମାଧ୍ୟମରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଠ କରିବା ପାଇଁ ଚାହୁଁଛି ।

୨୦୧୯ ର ସାଧାରଣ ନିର୍ବାଚନ ପୂର୍ବରୁ ମଧ୍ୟ ନରେନ୍ଦ୍ର ମୋଦୀଙ୍କ ଏକ ବିବୃତ୍ତି ବହୁତ ଲୋକପ୍ରିୟ ହୋଇଥିଲା । ସେତେବେଳେ ସେ କହିଥିଲେ ଯେ, ମେଁ ହୁଁ ଚୌକିଦାର । ଏହି ସ୍ଲୋଗାନକୁ ନେଇ ବିଜେପି ମଧ୍ୟ ଏକ ବଡ଼ ଧରଣର ଅଭିଯାନ ଚଳାଇଥିଲା ଏବଂ ଏଥର ପରିବାରର ସ୍ଲୋଗାନରେ ମେଁ ହୁଁ ମୋଦିକା ପରିବାର ନାରା ଦେଖିବାକୁ ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+