ଆମେରିକାରେ 'ମୋଦିଜୀ ଥାଳି', ଖୁବ ଶୀଘ୍ର ହେବ ଶୁଭାରମ୍ଭ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ନ୍ୟୁଜର୍ସିସ୍ଥିତ ଏକ ରେଷ୍ଟୁରାଣ୍ଟରେ ବିଶେଷ ଭୋଜନ ଥାଳିର ଖୁବ ଶୀଘ୍ର ଶୁଭାରମ୍ଭ କରାଯିବ ।
ସୂଚନା ଅନୁସାରେ, ନ୍ୟୁ ଜର୍ସିର ଏକ ରେଷ୍ଟୁରାଣ୍ଟ ଏକ ସ୍ୱତନ୍ତ୍ର ଖାଦ୍ୟ ପ୍ଲାଟର୍ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶ ଗସ୍ତ ପୂର୍ବରୁ ତାଙ୍କ ସମ୍ମାନରେ ଏହି ପ୍ଲେଟ ଆରମ୍ଭ କରାଯାଇଛି । ସେଫ୍ ଶ୍ରୀପଦ କୁଲକର୍ଣ୍ଣିଙ୍କ ଦ୍ୱାରା ପ୍ରସ୍ତୁତ 'ମୋଦି ଜୀ ଥାଳି'ରେ ରହିଛି ଖିଚୁଡି, ରସଗୋଲା, ସୋରିଷ ଶାଗ, କାଶ୍ମୀରୀ ଆଳୁଦମ୍, ଲସି, ପାମ୍ପଡ଼ ପରି ଅମେକ ବ୍ୟଞ୍ଜନ ରହିଛି ।

ଏଏନଆଇ ଏହି ସୁନ୍ଦର ଥାଳିର ଫଟୋ ସେୟାର କରିଛି । ଖୁବ ଶୀଘ୍ର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍.ଜୟଶଙ୍କରଙ୍କ ନାମ ଅନୁସାରେ ଆଉ ଏକ ଥାଳି ମଧ୍ୟ ପ୍ରସ୍ତୁତ କରିବାର ଯୋଜନା କରାଯାଇଛି । ତେବେ ବିଦେଶରେ ଦେଶର ନାଁ ଉଚ୍ଚା କରିବା ପାଇଁ ଏହା ଏକ ପ୍ରୟାସ ।ରେଷ୍ଟୁରାଣ୍ଟ ମାଲିକ କୁଲକର୍ଣ୍ଣିଙ୍କ ସୂଚନା ଅନୁସାରେ, ଖୁବ ଶୀଘ୍ର 'ମୋଦି ଜୀ ଥାଳି'ଶୁଭାରମ୍ଭ କରାଯିବ । ତେବେ ଏହା ଖୁବ ଲୋକ ପ୍ରିୟ ହାସଲ କରିବ ବୋଲି ସେ ଆଶା ରଖିଛନ୍ତି ।












Click it and Unblock the Notifications