ବେଙ୍ଗାଲୁରୁରେ ଏସିଆର ସବୁଠୁ ବଡ଼ ଏୟାର ଶୋ: ଏରୋ ଇଣ୍ତିଆ ଶୋ'ର ଉଦଘାଟନ କଲେ ମୋଦୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବେଙ୍ଗାଲୁରୁରେ ଏସିଆର ସର୍ବବୃହତ ଏୟାର ଶୋ', ଏରୋ ଇଣ୍ଡିଆ ୨୦୨୩ର ଉଦଘାଟନ କରିଛନ୍ତି ।

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ବେଙ୍ଗାଲୁରୁରେ ଏସିଆର ସର୍ବବୃହତ ଏୟାର ଶୋ', ଏରୋ ଇଣ୍ଡିଆ ୨୦୨୩ର ଉଦଘାଟନ କରିଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ଏକ ସ୍ମରଣୀୟ ଡାକ ଷ୍ଟାମ୍ପ ମଧ୍ୟ ପ୍ରକାଶ କରିଛନ୍ତି । ଏହି ଏରୋ ଶୋ'୫ ଦିନ ଧରି ଚାଲିବ । ଆର୍ଥାତ୍ ଆଜିଠୁ ଫେବୃଆରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ୟେଲାହାଙ୍କା ଏୟାର ଫୋର୍ସ ଷ୍ଟେସନରେ ହେଉଥିବା ଏହି ଏୟାର ଶୋ' ।
ଦେଶବିଦେଶର ଏରୋ ସ୍ପେସ୍ ନିବେଶକ ଏହି ଶୋ'ରେ ଭାଗନେଇଛନ୍ତି । ଏରୋ ଇଣ୍ଡିଆ-୨୦୨୩ରେ ୭୩୭ ପ୍ରଦର୍ଶନକାରୀ ଭାଗ ନେଇଛନ୍ତି । ଯାହା ମଧ୍ୟରୁ ୬୪୩ ଭାରତର ଏବଂ ଅନ୍ୟ ୩୦ ଦେଶର ୯୪ ପ୍ରଦର୍ଶକାରୀ ଭାଗ ନେଇଛନ୍ତି । ହାଲର ୧୫ଟି ହେଲିକପ୍ଟର ଏହି ଶୋ'ରେ ଭାଗ ନେଇଛନ୍ତି । ଏହା ସହିତ ଭରାତୀୟ ବାୟୁସେନାର ଡ୍ରୋନ ଓ ଛୋଟ କମ୍ୟୁନିକେସନ ସାଟେଲାଇଟ୍ ପ୍ରଦର୍ଶିତ କରିବାର କାର୍ଯ୍ୟକ୍ରମ ରହିଛି ।
ଭାରତର ବଢୁଥିବା ଶକ୍ତିର ଏହା ହେଉଛି ଉଦାହରଣ
ପ୍ରଧାନମନ୍ତ୍ରୀ ଏହି ଶୋ'ର ଶୁଭାରମ୍ଭ କରି କହିଛନ୍ତି ଯେ, ଏରୋ ଇଣ୍ତିଆ ଭାରତର ବଢୁଥିବା ଶକ୍ତି ଏବଂ ସାମର୍ଥ୍ୟର ଉଦାହରଣ । ଏଠି ପ୍ରାୟ ୧୦୦ଟି ଦେଶର ଉପସ୍ଥିତି ଦର୍ଶାଉଛି ଯେ, ଭାରତ ଉପରେ ବିଶ୍ୱର କେତେ ବିଶ୍ୱାସ ବୃଦ୍ଧି ପାଇଛି । ଏହି କାର୍ଯ୍ୟକ୍ରମରେ ଭାରତ ଏବଂ ପୁରା ଦୁନିଆର ୭୦୦ରୁ ଅଧିକ ପ୍ରଦର୍ଶକ ଭାଗ ନେଉଛନ୍ତି । ଏହା ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିଛି । ଏହା ସହ ମୋଦୀ ଆହୁରୀ କହିଛନ୍ତି ଯେ, ଏରୋ ଇଣ୍ତିଆ 'ନ୍ୟୁ ଇଣ୍ତିଆର'ଦୂରଦୃଷ୍ଟି ଦର୍ଶାଉଛି । ଆଜିର ଶୋ' କେବଳ ଏକ ଶୋ' ନୁହେଁ ଏହା ଭାରତର ଶକ୍ତିକୁ ମଧ୍ୟ ଦର୍ଶାଉଛି ।
#WATCH | Chief of the Air Staff Air Chief Marshal VR Chaudhari leads the Gurukul formation during the flypast at the inaugural ceremony of #AeroIndia2023 in Bengaluru, Karnataka. pic.twitter.com/kenaR0er69
— ANI (@ANI) February 13, 2023
ଏହି କାର୍ଯ୍ୟକ୍ରମରେ ୧୦୦ଟି ଦେଶ ଅଂଶଗ୍ରହଣ କରୁଛି ଯାହା ଏସିଆର ସବୁଠୁ ବଡ଼ ଏୟାର ଶୋ'ର ମାନ୍ୟତା ପାଇଛି । ଏଥିରେ ୩୨ଟି ଦେଶର ପ୍ରତିରକ୍ଷା ମନ୍ତ୍ରୀ ଏବଂ ୨୯ଟି ଦେଶର ବାୟୁସେନା ମୁଖ୍ୟ ଯୋଗଦେଇ ପାରନ୍ତି ।












Click it and Unblock the Notifications