ପହଲଗାମ୍ ଆକ୍ରମଣକୁ ନେଇ ଅମିତ ଶାହଙ୍କ ବୟାନ: କହିଲେ ଆତଙ୍କବାଦୀଙ୍କୁ କ୍ଷମା ନାହିଁ, ଖୋଜି ଖୋଜି ମାରିବୁ
ପହଲଗାମ ଆକ୍ରମଣ ପରେ, ଭାରତରେ ଆତଙ୍କବାଦ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଚାଲିଛି । ଏହି ବର୍ବରତା ଘଟାଇଥିବା ଆତଙ୍କବାଦୀମାନଙ୍କୁ ଖୋଜିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଦଳ ଜମ୍ମୁ ଏବଂ କାଶ୍ମୀରରେ ଏକ ଅପରେସନ୍ ଚଳାଇଛି । ଭାରତ ସରକାର ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେନାକୁ ସ୍ୱାଧୀନତା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଛନ୍ତି ଯେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସ୍ଥାନ, ସମୟ ଏବଂ ପଦ୍ଧତି ସେନା ନିଷ୍ପତ୍ତି ନେବ ।
ଏହାରି ଭିତରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆତଙ୍କବାଦୀମାନଙ୍କୁ ଏକ କଡ଼ା ବାର୍ତ୍ତା ଦେଇଥିଲେ ଏବଂ ସ୍ପଷ୍ଟ ଭାବରେ କହିଥିଲେ ଯେ ଏହା ମୋଦିଙ୍କ ସରକାର ଏବଂ ଆତଙ୍କବାଦୀମାନଙ୍କୁ ଗୋଟିଏ ପରେ ଗୋଟିଏ ନିପାତ କରାଯିବ । ଆତଙ୍କବାଦର ମୂଳପୋଛ କରିବାକୁ ଖୋଲା ଚାଲେଞ୍ଜ ଦେଲେ ଶାହ । କହିଲେ ଆତଙ୍କବାଦର ସମାପ୍ତି ନହେବା ଯାଏଁ ଆମର ଲଢେଇ ଜାରି ରହିବ ।

ଆତଙ୍କବାଦ ବିରୋଧରେ ଲଢେଇ ପାଇଁ ଆମ ସହ ପୂରା ବିଶ୍ବ ଅଛି । ଯେଉଁମାନେ ଭାବୁଛନ୍ତି ପହଲଗାମରେ ଭୀରୁ ଭଳି ଆକ୍ରମଣ କରି ବିଜୟଲାଭ କରିଛନ୍ତି ସେମାନେ ଭୁଲ । ସେମାନେ ଏବେଠାରୁ ଚେତିଯିବା ଦରକାର । କାରଣ ମୋଦୀ ସରକାରରେ କାହାକୁ ତ୍ରାହି ନାହିଁ କି କାହାକୁ ବି ଛଡାଯିବନି । ଅନ୍ୟପଟେ ଆରବ ସାଗରରେ ଭାରତୀୟ ନୌସେନା ସମରାଭ୍ୟାସ ଆରମ୍ଭ କରିଛି । ଏକ୍ସକ୍ଲୁସିଭ ଇକୋନୋମିକ ଜୋନରେ ସମରାଭ୍ୟାସ ଆରମ୍ଭ ହୋଇଛି ।
ପାକିସ୍ତାନ ସହିତ ଉତ୍ତେଜନା ବୃଦ୍ଧି ପରେ ସଜାଗ ଅଛନ୍ତି ଯୁଦ୍ଧଜାହାଜ । ଭାରତୀୟ ନୌସେନା ପକ୍ଷରୁ ଆରବ ସାଗରରେ ବ୍ୟାପକ ଅଭ୍ୟାସ କରାଯାଉଛି । ଜଳପଥରେ ସଜାଗ ରହିଛି ଭାରତୀୟ ଯୁଦ୍ଧ ଜାହାଜ । ପାକିସ୍ତାନ ଠାରୁ ୮୫ ନଟିକାଲ୍ ମାଇଲ୍ ଦୂରରେ ସମରାଭ୍ୟାସ କରାଯାଉଛି । ଗୁଜୁରାଟ ଉପକୂଳ ଅଞ୍ଚଳରେ ଗୁଳିଚାଳନା ନେଇ ନୌସେନାର ସବୁଜ ବିଜ୍ଞପ୍ତି ଜାରି କରାଯାଇଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ସମରାଭ୍ୟାସ ଚାଲିବ ବୋଲି ସୂଚନା ମିଳିଛି ।












Click it and Unblock the Notifications