ନୀତୀଶଙ୍କୁ ଝଟକା ଦେଲେ କେନ୍ଦ୍ର ସରକାର, ବିହାରକୁ ମିଳିବ ନାହିଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା
ନୂଆଦିଲ୍ଲୀ: ବିହାର ପାଇଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଦାବି କରୁଥିବା ବିଜେପିର ସହଯୋଗୀ ଜେଡିୟୁକୁ ଶକ୍ତ ଝଟକା ଲାଗିଛି । ମୋଦି ସରକାରଙ୍କ ତୃତୀୟ ପାଳି ବଜେଟ୍ ଆସନ୍ତାକାଲି ଅର୍ଥାତ ଜୁଲାଇ ୨୩ ତାରିଖରେ ସଂସଦରେ ଉପସ୍ଥାପନ ହେବାକୁ ଯାଉଛି । ଏହାର ଠିକ୍ ପୂର୍ବରୁ ବିହାରକୁ ବଡ଼ ଝଟ୍କା ଲାଗିଛି ।
ବିହାରର ସ୍ୱତନ୍ତ୍ର ରାଜ୍ୟ ଦାବିକୁ ନେଇ ମୋଦି ସରକାର ଜବାବ ରଖିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧରୀ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ ଅନ୍ତଃ ମନ୍ତ୍ରାଳୟ ସମୂହର ୨୦୧୨ ରିପୋର୍ଟ ଆଧାରରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇପାରିବ ନାହିଁ । ନୀତୀଶ କୁମାରଙ୍କ ଜେଡିୟୁ ସହାୟତାରେ ବିଜେପି କେନ୍ଦ୍ରରେ ସରକାର ଗଠନ କରିଛି । ହେଲେ ଜେଡିୟୁର ଦାବିକୁ ବାଏଁବାଏଁ ଉଡ଼ାଇ ଦେଇଛନ୍ତି କେନ୍ଦ୍ର ସରକାର ।
ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାକୁ ଜେଡିୟୁ ଦାବି କରି ଆସୁଥିଲା । କିନ୍ତୁ ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର କୌଣସି ଯୋଜନା ନାହିଁ । ସୁଚନାନୁସାରେ ସୋମବାର ସଂସଦର ବଜେଟ୍ ଅଧିବେଶନ ସମୟରେ ବିହାରର ଝାଞ୍ଜରପୁରରୁ ଜେଡିୟୁ ସାଂସଦ ରାମପ୍ରୀତ ମଣ୍ଡଳ ଅର୍ଥ ମନ୍ତ୍ରଣାଳୟକୁ ପଚାରିଥିଲେ ଯେ ବିହାର ଏବଂ ଅନ୍ୟାନ୍ୟ ପଛୁଆ ରାଜ୍ୟମାନଙ୍କର ଅର୍ଥନୈତିକ ବିକାଶ ଏବଂ ଶିଳ୍ପାୟନକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କର କୌଣସି ଯୋଜନା ଅଛି କି? ।

ଏହାର ଏକ ଲିଖିତ ଉତ୍ତରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁୁରୀ କହିଛନ୍ତି ଯେ ବିହାରକୁ ବିଶେଷ ମାନ୍ୟତା ଦେବାର କୌଣସି ମାମଲା ନାହିଁ । ଲିଖିତ ଉତ୍ତରରେ କୁହାଯାଇଛି, ପୂର୍ବରୁ ଜାତୀୟ ବିକାଶ ପରିଷଦ (ଏନଡିସି) ଦ୍ୱାରା ଯୋଜନା ସହାୟତା ପାଇଁ କେତେକ ରାଜ୍ୟକୁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ଦିଆଯାଇଥିଲା, ଯେଉଁଥିରେ ଅନେକ ବୈଶିଷ୍ଟ୍ୟ ରହିଥିଲା ଯାହା ବିଶେଷ ଧ୍ୟାନ ଆବଶ୍ୟକ କରୁଥିଲା ।
ଏନେଇ କମ୍ ଜନସଂଖ୍ୟା ଘନତା ଏବଂ / କିମ୍ବା ଆଦିବାସୀ ଜନସଂଖ୍ୟାର ବୃହତ ଅଂଶ,ପଡୋଶୀ ଦେଶ ସହିତ ସୀମାରେ ରଣନୈତିକ ସ୍ଥାନ, ଅର୍ଥନୈତିକ ଏବଂ ଭିତ୍ତିଭୂମି ପଛୁଆ ଏବଂରାଜ୍ୟ ଆର୍ôଥକ ଅଣ-କାର୍ଯ୍ୟକ୍ଷମ ଥିବା ଆଦି ବୈଶିଷ୍ଟ୍ୟକୁ ବିଚାର କରାଯାଉଥିଲା । ସେ କହିଛନ୍ତି, ଏହାପୂର୍ବରୁ ବିହାରର ସ୍ୱତନ୍ତ୍ର ବର୍ଗ ମାନ୍ୟତା ପାଇଁ ଅନୁରୋଧକୁ ଏକ ଆନ୍ତଃମନ୍ତ୍ରୀସ୍ତରୀୟ ଗୋଷ୍ଠୀ (ଆଇଏମଜି) ୩୦ ମାର୍ଚ୍ଚ ୨୦୧୨ରେ ଦାଖଲ କରିଥିଲା ।
ବିହାର ପାଇଁ ସ୍ୱତନ୍ତ୍ର ବର୍ଗ ମାନ୍ୟତା ପ୍ରସ୍ତୁତ କରାଯାଇ ନାହିଁ । ସ୍ୱତନ୍ତ୍ର ସ୍ଥିତି ଏହାର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏକ ପଛୁଆ ରାଜ୍ୟକୁ ଅଧିକ କେନ୍ଦ୍ରୀୟ ସହାୟତା ସୁନିଶ୍ଚିତ କରେ । ଯଦିଓ ସମ୍ବିଧାନ କୌଣସି ରାଜ୍ୟ ପାଇଁ ବିଶେଷ ମାନ୍ୟତା ପ୍ରଦାନ କରୁନାହିଁ ।












Click it and Unblock the Notifications