ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି: ୬ ରବି ଫସଲର ଏମଏସପି ବୃଦ୍ଧି
Cabinet Approves MSP For Rabi Crops: କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଭେଟି । ୬ ରବି ଫସଲର ସର୍ବନିମ୍ନ ମୂଲ୍ୟ (ଏମଏସପି) ବୃଦ୍ଧି କରିବାର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । 2025-26 ଋତୁ ପାଇଁ 6 ଟି ରବି ଫସଲର MSP ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ଏହି ନିଷ୍ପତ୍ତି ଆଧାରରେ ବିଭିନ୍ନ ଫସଲର ଏମଏସପି ବୃଦ୍ଧି କରାଯାଇଛି, ଯାହା ଦ୍ୱାରା ଚାଷି ସେମାନଙ୍କ ଫସଲର ଭଲ ମୂଲ୍ୟ ପାଇପାରିବେ ଏବଂ କୃଷକଙ୍କ ଆୟ ମଧ୍ୟ ବୃଦ୍ଧି ପାଇବ । ଚାଷୀଙ୍କୁ ସେମାନଙ୍କ ଫସଲ ପାଇଁ ଉଚିତ ମୂଲ୍ୟ ଯୋଗାଇବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ।

ଗହମର MSP କୁଇଣ୍ଟାଲ ପିଛା 2,425 ଟଙ୍କାକୁ ବୃଦ୍ଧି କରାଯାଇଛି,ପୂର୍ବରୁ ଏହାର ମୂଲ୍ୟ 2,275 ଟଙ୍କା ଥିଲା ।
ଜଅର MSP କୁଇଣ୍ଟାଲ ପିଛା 1,980ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ପୂର୍ବରୁ 1,850 ଟଙ୍କା ଥିଲା ।
ଚଣା ଡାସିର MSP କୁଇଣ୍ଟାଲ ପିଛା 5,650 କୁ ବୃଦ୍ଧି କରାଯାଇଛି ।
ମସୁର ଡାଲିର ଏମଏସପି କ୍ୱିଣ୍ଟାଲ ପିଛା, 6,700 ଟଙ୍କା ବୃଦ୍ଧି କରାଯାଛି ।
ସୋରିଷର MSP କୁଇଣ୍ଟାଲ ପିଛା 5,950 କୁ ବୃଦ୍ଧି କରାଯାଇଛି
Safflower MSP କୁଇଣ୍ଟାଲ ପିଛା 5,940 ଟଙ୍କାକୁ ବୃଦ୍ଧି କରାଯାଇଛି ।












Click it and Unblock the Notifications