ଆଜିଠାରୁ ଆରମ୍ଭ ହେଲା ‘ଏକ ଦେଶ ଏକ ସବ୍କ୍ରିପ୍ସନ୍’ ଯୋଜନା
ସରକାର ଆଜିଠାରୁ 'ଏକ ଦେଶ ଏକ ସବ୍କ୍ରିପ୍ସନ୍' - ଓ.ଏନ୍.ଓ.ଏସ୍. ଯୋଜନା ଆରମ୍ଭ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ବିଦ୍ୟାର୍ଥୀଙ୍କୁ ଏକକ ସଦସ୍ୟତା ପ୍ଲାଟଫର୍ମରେ ଗବେଷଣାତ୍ମକ ତଥ୍ୟ, ଶୈକ୍ଷିକ ସାମଗ୍ରୀ ସହ ଡିଜିଟାଲ୍ ଜ୍ଞାନ ସଂଶୋଧନ ପର୍ଯ୍ୟନ୍ତ କାଗଜପତ୍ର ନିଦ୍ୱର୍ନ୍ଦ୍ୱରେ ଉପଲବ୍ଧ କରାଇବା ।
ବିଶ୍ୱବିଦ୍ୟାଳୟ ଏବଂ ଆଇ.ଆଇ.ଟି. ସମେତ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ୧ କୋଟି ୮୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପଦକ୍ଷେପର ଅଂଶ ଭାବେ ବିଶ୍ୱର ଶୀର୍ଷ ପତ୍ରିକାରେ ପ୍ରକାଶିତ ଗବେଷଣାତ୍ମକ କାଗଜପତ୍ର ପାଇପାରିବେ । ପ୍ରଥମ ପର୍ଯ୍ୟାୟରେ ଇଞ୍ଜିନିୟରିଂ, ବିଜ୍ଞାନ, ପ୍ରଯୁକ୍ତି, ଭେଷଜ, ଗଣିତ, ସାମାଜିକ ବିଜ୍ଞାନ ଏବଂ ମାନବ ବିଜ୍ଞାନ ସହ ସମ୍ବନ୍ଧିତ ୧୩ ହଜାର ୪୦୦ ଅନ୍ତର୍ଜାତୀୟ ପତ୍ରିକା ଗବେଷକଙ୍କ ପାଇଁ ଉପଲବ୍ଧ କରାଯାଇଛି ।

ଏହି ଯୋଜନାରେ ଅଲଗା ଭାବେ ସବ୍ସ୍କ୍ରିପ୍ସନ୍ ନେବାକୁ ପଡ଼ିବ ନାହିଁ । ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର ଅଜୟ କୁମାର ସୁଦ୍ କହିଛନ୍ତି, ଓ.ଏନ୍.ଓ.ଏସ୍.ର ସୁବିଧା ପରବର୍ତ୍ତୀ ପର୍ଯ୍ୟାୟରେ ବେସରକାରୀ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକ ପାଇଁ ବ୍ୟବସ୍ଥା କରାଯିବ, ଯାହାଦ୍ୱାରା ଦେଶର ସମସ୍ତ ବ୍ୟକ୍ତିବିଶେଷଙ୍କ ପାଇଁ ଏହା ଉପଲବ୍ଧ ହୋଇପାରିବ । ଏହି ଯୋଜନାରେ ୩ ବର୍ଷ ପାଇଁ ୬ ହଜାର କୋଟି ଟଙ୍କା ବ୍ୟୟ କରାଯିବ ।












Click it and Unblock the Notifications