କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରୀ, 'ରାମଲାଲାଙ୍କ ଜୀବନ ସହ ଜଡିତ କୌଣସି ଭୁଲ ତଥ୍ୟ ପ୍ରସାର କରନ୍ତୁ ନାହିଁ'
ନୂଆଦିଲ୍ଲୀ: ଅଯୋଧ୍ୟାରେ ଆୟୋଜିତ ହେବାକୁ ଥିବା ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆଉ ଗୋଟିଏ ଦିନ ପରେ ହେବ ରାମ ଲଲାଙ୍କ ପ୍ରାଣ ପ୍ରତିଷ୍ଟା । ପିଟିଆଇ ଏଜେନ୍ସି ର ରିପୋର୍ଟ ଅନୁଯାୟୀ, ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକ ଆଡଭାଇଜରୀ ଜାରି କରି ଗଣମାଧ୍ୟମ ତଥା ସୋସିଆଲ ମିଡିଆ ପ୍ଲାଟଫର୍ମକୁ ରାମ ମନ୍ଦିର କାର୍ଯ୍ୟକ୍ରମ ସହ ଜଡିତ ମିଥ୍ୟା ତଥା ମାନିପ୍ୟୁଲେଟେଡ୍ ଖବର ପ୍ରକାଶ ନକରିବାକୁ କହିଛନ୍ତି ।
ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏକ ଆଡଭାଇଜରୀରେ କୁହାଯାଇଛି ଯେ ଏପରି ଦେଖାଯାଇଛି ଯେ କିଛି ମିଥ୍ୟା, ଉତ୍ତେଜିତ କରିବା ଓ ନକଲି ବାର୍ତ୍ତା ପ୍ରସାରିତ ହେଉଛି, ବିଶେଷ କରି ସୋସିଆଲ ମିଡିଆରେ ଏହା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ତଥା ସାଧାରଣ ଶୃଙ୍ଖଳାକୁ ବିଘ୍ନ କରିପାରେ । ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହ ଜାନୁଆରୀ ୨୨ ରେ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟମାନେ ଯୋଗଦେବେ ।
ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଟା ସହିତ ରାମ ମନ୍ଦିର ଉଦ୍ଘାଟିତ ହେବ । ଭିଭିଆଇପି ଟିକେଟ୍ ପ୍ରଦାନ କରିବାକୁ ଦାବି କରୁଥିବା ଅନେକ ନକଲି ଲିଙ୍କ୍, ରାମ ମନ୍ଦିର ସମାରୋହ ପୂର୍ବରୁ ରାମ ମନ୍ଦରର ପ୍ରସାଦ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।
ଅନଲାଇନରେ ଅଯୋଧ୍ୟାର ରାମ ମନ୍ଦିର ପ୍ରସାଦ ନାମରେ ମିଠା ବିକ୍ରି ସମ୍ପର୍କରେ ଅଗ୍ରଣୀ ଇ-କମର୍ସ ପ୍ଲାଟଫର୍ମ ଆମାଜନକୁ ଏକ ନୋଟିସ ଜାରି କରାଯାଇଛି । କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ଦ୍ୱାରା ଏହି ନୋଟିସ ଜାରି କରାଯାଇଛି ।

କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ଏହି ବିଷୟରେ ଏକ ଅଭିଯୋଗ ଦାଖଲ କରିଥିଲେ । କେଉଁ ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଅଭିଯୋଗରେ ଦର୍ଶାଯାଇଛି ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର ପ୍ରସାଦଙ୍କ ନାମରେ ମିଠା ବିକ୍ରି କରି ଆମାଜନ ଭୁଲ ବ୍ୟବସାୟିକ ପଦକ୍ଷେପ ନେଉଛି ।












Click it and Unblock the Notifications