୧୮ରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ
ନୂଆଦିଲ୍ଲୀ: ୧୮ ତାରିଖରୁ ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ । ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି କେନ୍ଦ୍ର ସରକାର । ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ତେବେ ୧୮ ରୁ ୨୨ ତାରଖ ପର୍ଯ୍ୟନ୍ତ ରାଜ୍ୟ ସଭା ଏବଂ ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବା ନେଇ ସୂଚନା ରହିଛି ।

ପାଞ୍ଚ ଦିନ ଧରି ଚାଲିବାକୁ ଥିବା ସଂସଦର ଏହି ସ୍ୱତନ୍ତ୍ର ଅଧିବେଶନ ନୂତନ ସଂସଦ ଭବନରେ ଅନୁଷ୍ଠିତ ହେବା ନେଇ ସୂଚନା ରହିଛି । ହେଲେ ଏନେଇ କୌଣସି ଘୋଷଣା କରାଯାଇ ନାହିଁ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ନିଷ୍ପତ୍ତି ବିଷୟରେ ସୂଚନା ଦେଇ ପୋଷ୍ଟ କରିଥିବା ଫଟୋରେ ସଂସଦର ଉଭୟ ନୂତନ ଏବଂ ପୁରୁଣା ଅଟ୍ଟାଳିକା ଦୃଶ୍ୟମାନ ହେଉଛି ।
ସଂସଦର ମୌସୁମୀ ଅଧିବେଶନ ନୂଆ ସଂସଦରେ ହେବ ବୋଲି ଆଲୋଚନା ହୋଇଥିଲା । ଏପରିକି ମୌସୁମୀ ଅଧିବେଶନର ବହୁ ଆଗରୁ ଉଦଘାଟନ ହୋଇଥିଲା । କିନ୍ତୁ ମୌସୁମୀ ଅଧିବେଶନ ନୂଆ ସଂସଦରେ ହୋଇପାରିନଥିଲା । ପ୍ରଥମ ଅଧିବେଶନ ପାଇଁ ଶୁଭ ସମୟ ନଥିଲା ବୋଲି ଆଲୋଚନା ହେଉଛି । ତେଣୁ ବର୍ତ୍ତମାନ ଶୁଭ ସମୟରେ ନୂତନ ସଂସଦ ଗୃହରେ ଏକ ସ୍ୱତନ୍ତ୍ର ଅଧିବେଶନ ଆୟୋଜିତ ହେବ ।
Special Session of Parliament (13th Session of 17th Lok Sabha and 261st Session of Rajya Sabha) is being called from 18th to 22nd September having 5 sittings. Amid Amrit Kaal looking forward to have fruitful discussions and debate in Parliament.
ಸಂಸತ್ತಿನ ವಿಶೇಷ ಅಧಿವೇಶನವನ್ನು… pic.twitter.com/k5J2PA1wv2
— Pralhad Joshi (@JoshiPralhad) August 31, 2023
ଅନ୍ୟପକ୍ଷରେ ବିରୋଧୀଦଳ ପକ୍ଷରୁ ଦାବି କରାଯାଉଛି ଯେ, କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରିବା ନେଇ ଘୋଷଣା କରିପାରନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡିସେମ୍ବର ମାସରେ ଲୋକସଭା ନିର୍ବାଚନ ହୋଇପାରେ ବୋଲି କହିଥିଲେ । ସେହିପରି ନୀତୀଶ କୁମାର ମଧ୍ୟ ଏଭଳି ଦାବି କରିଛନ୍ତି ।
ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି ଏବଂ ସେହି ପରିପ୍ରେକ୍ଷୀରେ ନିର୍ବାଚନ ହୋଇପାରେ ବୋଲି ଆଲୋଚନା ହେଉଛି । ତେବେ ସରକାରୀ ମନ୍ତ୍ରୀ ଏବଂ ବିଜେପି ନେତାମାନେ ଏହାକୁ ଏଡ଼ାଇ ଦେଉଛନ୍ତି । ହେଲେ ସରକାରଙ୍କର ଏହି 5 ଦିନିଆ ଅଧିବେଶନରେ କେଉଁ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି । ବିଶ୍ୱାସ ରହିଛି ଯେ ସରକାର କିଛି ନିଷ୍ପତ୍ତି ନେଇପାରନ୍ତି ଯାହା ନିର୍ବାଚନ ରାଜ୍ୟ ଉପରେ ପ୍ରଭାବ ପକାଇପାରେ ।












Click it and Unblock the Notifications