ମୋଦି ବାରଣାସୀରେ ପ୍ରଚାର କରିବାର ଆବଶ୍ୟକ ନାହିଁ ,କାହିଁକି ଏମିତି କହିଲେ ବୈଦେଶିକ ମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବଡ କଥା କହିଲେ ବୈଦେଶିକ ମନ୍ତ୍ରୀ । ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ବାରାଣସୀରେ ଭାଜପାର ବିଜୟ ଉପରେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ। କାରଣ ସହରର ଲୋକେ ଭାରତର ବୈଦେଶିକ ନୀତିକୁ ଗଭୀର ଭାବେ ଜାଣିବା ପାଇଁ ତିବ୍ର ଇଚ୍ଛା ପ୍ରକାଶ କରୁଛନ୍ତି, ଯାହାକି ମୋଦିଙ୍କ ଶାସନରେ ଦେଶର ପ୍ରଗତି ଉପରେ ଗର୍ବକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

narendra modi

ବାରାଣସୀରେ ଜୟଶଙ୍କର କହିଛନ୍ତି, ମୁଁ ଏହି ନିର୍ବାଚନରେ ଅନୁଭବ କରିଛି ଯେ ଲୋକେ ଦେଶର ବୈଦେଶିକ ନୀତି ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି। ସେମାନଙ୍କୁ ଏହି କଥା ଉପରେ ଗର୍ବ ହେଉଛି ଯେ ମୋଦି ଏହି ଦେଶକୁ କେଉଁଠାକୁ ନେଇ ଯାଇଛନ୍ତି। ବାରାଣସୀରେ ଅଧିକ ନିର୍ବାଚନ ପ୍ରଚାରର ଆବଶ୍ୟକତା ନାହିଁ। ଆମେ ସାରା ଦେଶରେ ପ୍ରାୟ ୬୦ ସହରରେ ଜି-୨୦କୁ ଏକ ଉତ୍ସବ ଭଳି ପାଳନ କରିଥିଲୁ। ମୋତେ ଲାଗୁଛି ଯେ ଆଗାମୀ ଦିନରେ ଏଠାରେ ପର୍ଯ୍ୟଟନ ନିଶ୍ଚିତ ଭାବେ ବଢ଼ିବ। ଆମେ କାଶୀକୁ ପ୍ରୋତ୍ସାହିତ କରିବା ଉଚିତ। ଆମେ ଏହାର ଅନ୍ତରାଷ୍ଟ୍ରୀୟ ଛବି ସୃଷ୍ଟି କରିବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।

କହିରଖୁଛୁ, ବାରାଣସୀ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗଡ଼। ଆଗାମୀ ଲୋକ ସଭା ନିର୍ବାଚନରେ ଏହା ସବୁଠାରୁ ପ୍ରତୀକ୍ଷିତ ମୁକାବିଲା ହେବ। ମୋଦି ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ବହୁମତ ସହ ଏଠାରେ ନିର୍ବାଚନ ଜିତିଥିଲେ। କଂଗ୍ରେସ ଏବେ ମୋଦିଙ୍କ ବିପକ୍ଷରେ ଅଜୟ ରାୟଙ୍କୁ ଛିଡ଼ା କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+