Get Updates
Get notified of breaking news, exclusive insights, and must-see stories!

ଦିଲ୍ଲୀରେ ଐତିହାସିକ ବିଜୟ ପାଇଁ , ରାଜଧାନୀବାସୀଙ୍କୁ ଅଭିନନ୍ଦନ ଜଣାଇଲେ ମୋଦି

ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି। ବହୁମତଠାରୁ ବିଜେପି ବହୁ ଆଗରେ ରହିଛି।ବିଜେପି ଏକତରଫା ବିଜୟ ମୁହାଁ ହୋଇଛି। ବିଜେପିର ଯାଦୁ କାମ କରିଛି।ହଟ୍ ସିଟ୍‌ରେ ଆପ୍‌ର ସ୍ଥିତି ଖରାପ ରହିଛି।

modi

ବିଜେପି ୪୭ ଆସନରେ ଆଗୁଆ ରହିଥିବାବେଳେ ଆପ୍ ୨୩ ଆସନରେ ଆଗୁଆ ରହିଛି। ଫଳରେ ଦିଲ୍ଲୀ ସିଂହାସନରେ ବିଜେପି ବସିବା ନିଶ୍ଚିତ ହୋଇଛି।

ବିଜେପିର ବିଜୟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ଜନଶକ୍ତି ସର୍ବୋପରି! ବିକାଶ ଜିତିଛି, ସୁଶାସନ ଜିତିଛି।
ଦିଲ୍ଲୀର ମୋର ସମସ୍ତ ଭାଇ ଏବଂ ଭଉଣୀମାନଙ୍କୁ ବିଜେପିର ଐତିହାସିକ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି।ଆପଣମାନେ ମୋତେ ଯେଉଁ ଆଶୀର୍ବାଦ ଏବଂ ଭଲପାଇବା ଦେଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କ ସମସ୍ତଙ୍କ ନିକଟରେ କୃତଜ୍ଞ।

ଦିଲ୍ଲୀର ସର୍ବାଙ୍ଗୀନ ବିକାଶ ଏବଂ ଏହାର ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଆମେ କୌଣସି କସରତ ଛାଡ଼ିବୁ ନାହିଁ; ଏହା ଆମର ଗ୍ୟାରେଣ୍ଟି। ଏହା ସହିତ, ଆମେ ଏହା ମଧ୍ୟ ସୁନିଶ୍ଚିତ କରିବୁ ଯେ, ଦିଲ୍ଲୀ ଏକ ବିକଶିତ ଭାରତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ।

ବିଜେପିର ଏହି ବିଶାଳ ଜନାଦେଶ ହାସଲ କରିବା ପାଇଁ ଦିନରାତି ପରିଶ୍ରମ କରିଥିବା ମୋର ସମସ୍ତ କର୍ମୀଙ୍କ ପାଇଁ ମୁଁ ବହୁତ ଗର୍ବିତ। ଏବେ ଆମେ ଆମର ଦିଲ୍ଲୀବାସୀଙ୍କୁ ଆହୁରି ଦୃଢ଼ ଭାବରେ ସେବା କରିବା ପାଇଁ ଉତ୍ସର୍ଗୀକୃତ ରହିବୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+