ଇଟାଟୀ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, ଜାଣନ୍ତୁ କାହିଁକି ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଇଟାଲିର ଆପୁଲିଆରେ ଅନୁଷ୍ଠିତ ଜି-୭ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବାପରେ ଏହା ମୋଦୀଙ୍କର ପ୍ରଥମ ବିଦେଶ ଗସ୍ତ। ମୋଦୀ ଜି-୭ ସମ୍ମିଳନୀରେ ଯୋଗ ଦେବା ଅବସରରେ ଅନେକ ବିଶ୍ବ ନେତାଙ୍କ ସହ ଦ୍ବିପାକ୍ଷିକ କଥାବାର୍ତ୍ତା କରିଛନ୍ତି।

narendra modi

ମୋଦୀ ସେଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ୟୁକ୍ରେନ ପ୍ରଧାନମନ୍ତ୍ରୀ ବୋଲଡିମିର ଜେଲେନସ୍କିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ମୋଦୀ ମଧ୍ୟ ତାଙ୍କ ଇଟାଲି ପ୍ରତିପକ୍ଷ ଜର୍ଜିଆ ମେଲୋନିଙ୍କ ସହ ଜି-୭ ସମ୍ମିଳନୀ କାର୍ଯ୍ୟସ୍ଥଳରେ ଦ୍ବିପାକ୍ଷିକ ଓ ଅନ୍ତତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

ଇଟାଲିରେ ଅନୁଷ୍ଠିତ ଜି୭ ସମ୍ମିଳନୀ ଶେଷ ହେବାପରେ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଏକ୍ସରେ ନିଶ୍ଚିତ କରିଛନ୍ତି। ତେବେ ସମ୍ମଳନୀ ପରେ ଇଟାଲିକୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ ତାଙ୍କ ଏକ୍ସରେ ଆପୁଲିଆରେ ଅନୁଷ୍ଠିତ ଜି-୭ ସମ୍ମିଳନୀ ବହୁତ ଫଳପ୍ରଦ ବୋଲି ଉଲ୍ଲେଖ କରିବା ସହ ବିଶ୍ବ ନେତାଙ୍କ ସହ ଆଲୋଚନା କରିିଥିବା କହିଛନ୍ତି। ଶେଷରେ ସେ ଇଟାଲିକୁ ତାଙ୍କର ଉତ୍ତମ ଆତିଥ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+