ସାମ୍ଭାବ୍ୟ ମନ୍ତ୍ରୀଙ୍କ ପାଖକୁ ଗଲା ଫୋନ୍, କ୍ୟାବିନେଟ୍ ମନ୍ତ୍ରୀ ଭାବେ ନେଇପାରନ୍ତି ଶପଥ
PM Modi Oath Ceremony: କେନ୍ଦ୍ର କ୍ୟାବିନେଟରେ ସାମିଲ୍ ହେବା ପାଇଁ ସାମ୍ଭାବ୍ୟ ମନ୍ତ୍ରୀଙ୍କୁ ଗଲା ଫୋନ୍ କଲ । ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ପିଏମଓରୁ ଜଣଙ୍କ ପରେ ଜଣେ ନେତାଙ୍କ ପାଖକୁ ଯାଉଛି ଫୋନ୍ କଲ୍ । ଟିଡିପି, ଏଲଜେପି ଏବଂ ଜେଡିୟୁ ପରି ଦଳର ଏମପିମାନଙ୍କୁ କଲ ଯାଇଥିବା ନେଇ ସୂଚନା ରହିଛି ।

ସୂଚନା ଅନୁସାରେ, ଟିଡିପିର ମୋହନ ନାଇଡୁ ଏବଂ ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜାରାପୁ ରାମ ମୋହନ ନାଇଡୁ, ଜେଡିଏର ରାଜ୍ୟସଭା ସାଂସଦ ରାମ ନାଥ ଠାକୁର, ଜିତନ ରାମ ମାନଝୀ, ଅନୁପ୍ରିୟା ପଟେଲ, ନୀତିନ ଗଡ଼କରି, ରାଜନାଥ ସିଂ, ପିୟୁଷ ଗୋଏଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେଡିଏସ୍ ନେତା କୁମାରସ୍ୱାମୀ,ଜିତନ ରାମ ମାଞ୍ଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି ନେତା ଚିରାଗ ପାଶୱାନଙ୍କୁ ଫୋନ୍ କଲ ଯାଇଛି । କୁହାଯାଉଛି ଏହି ସମସ୍ତ ନେତା ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।












Click it and Unblock the Notifications