Get Updates
Get notified of breaking news, exclusive insights, and must-see stories!

ମୋଦି କ୍ୟାବିନେଟ୍‌ରେ ବଡ଼ ନିଷ୍ପତ୍ତି, ୭୦ ବର୍ଷରୁ ଅଧିକ ଥିବା ବ୍ୟକ୍ତିଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ ଏକ ବଡ଼ ପରିବର୍ତ୍ତନ ହୋଇଛି । ଏଣିକି ପରିଣତ ବୟସରେ ମଧ୍ୟ ମାଗଣା ଚିକିତ୍ସା ଯୋଗାଇ ଦେବେ ସରକାର । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଆୟୁଷ୍ମାନ ଭାରତ ଯୋଜନା) ଅଧୀନରେ ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ୭୦ ବର୍ଷରୁ ଅଧିକ ବୟସର ସମସ୍ତ ବରିଷ୍ଠ ନାଗରିକଙ୍କୁ ପ୍ରତିବର୍ଷ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ ।

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ୪.୫ କୋଟି ପରିବାରର ମାଗଣା ସ୍ୱାସ୍ଥ୍ୟ ବୀମା କଭର ସହିତ ୬ କୋଟି ବରିଷ୍ଠ ନାଗରିକ ୫ ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟ ବୀମା କଭର ପାଇବେ। ସରକାର କହିଛନ୍ତି ଯେ ଏହି ଯୋଜନା ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ଏକ ନୂତନ ପୃଥକ କାର୍ଡ ପ୍ରଦାନ କରାଯିବ । କ୍ୟାବିନେଟ ବୈଠକ ପରେ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଛନ୍ତି ଯେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ନାଗରିକଙ୍କୁ କଭରେଜ ଦିଆଯିବ।

ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଥିବା ପରିବାରର ବରିଷ୍ଠ ନାଗରିକମାନେ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଅଂଶୀଦାରୀ ଟପ୍ ଅପ୍ କଭର ପାଇବେ। ଯଦି ବରିଷ୍ଠ ନାଗରିକମାନେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ଅଛନ୍ତି, ତେବେ ଆୟୁଷ୍ମାନ ଭାରତକୁ ଯିବାର ବିକଳ୍ପ ସେମାନଙ୍କ ପାଖରେ ରହିବ। ଯେଉଁମାନଙ୍କ ବୟସ ୭୦ କିମ୍ବା ତା' ଠାରୁ ଅଧିକ ଓ ସେମାନେ Central Government Health Scheme (CGHS), Ex-Servicemen Contributory Health Scheme (ECHS) ଓ Ayushman Central Armed Police Force (CAPF)ର ଫାଇଦା ହାସଲ କରୁଛନ୍ତି, ସେମାନେ ପୂର୍ବ ଯୋଜନାରେ ରହିପାରିବେ କିମ୍ବା ନୂଆ ଆୟୁଷ୍ମାନ ଯୋଜନାରେ ନିଜକୁ ସାମିଲ କରିପାରିବେ। ସେମାନଙ୍କ ପାଖରେ ଏନେଇ ବିକଳ୍ପ ରହିବ।

Modi Cabinet

କେନ୍ଦ୍ର ସରକାର ଆହୁରି କହିଛନ୍ତି ଯେ ୭୦ ବର୍ଷ କିମ୍ବା ତା' ଠାରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଘରୋଇ ସ୍ୱାସ୍ଥ୍ୟ ବୀମା କିମ୍ବା ରାଜ୍ୟ ବୀମା ସ୍କିମ ଅଧୀନରେ ରହିଛନ୍ତି, ସେମାନେ ମଧ୍ୟ ଆୟୁଷ୍ମାନ ଭାରତ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+