ସୋନିଆଙ୍କ ପାଖକୁ ଯାଇ ଭଲମନ୍ଦ ପଚାରି ବୁଝିଲି ମୋଦୀ

ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କୁ ଭେଟି ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି। ମଙ୍ଗଳବାର ଦିନ ବେଙ୍ଗାଲୁରୁରୁ ଆସୁଥିବା ବେଳେ ବିମାନ ଜରୁରୀ ଅବତରଣ କରିବା ଯୋଗୁଁ ତାଙ୍କର କିଛି ଅସୁବିଧା ହୋଇଥିଲା କି, ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ପଚାରିଥିଲେ। ସୋନିଆ ଗାନ୍ଧୀ କହିଲେ ଯେ, ସେ ଭଲ ଅଛନ୍ତି।

ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ, ସୋନିଆଙ୍କୁ ଅକ୍ସିଜେନ ମାସ୍କ ମଧ୍ୟ ପିନ୍ଧିବାକୁ ପଡ଼ିଥିଲା। ଏହାର ଫଟୋ ଶେୟାର କରି ରାହୁଲ ଗାନ୍ଧି ବେଶ ଭାବପ୍ରବଣ ହୋଇଥିଲେ। ରାହୁଲ ବୁଧବାର ସୋନିଆଙ୍କ ଅକ୍ସିଜେନ ମାସ୍କ ଫଟୋ ଶେୟାର କରିଥିଲେ। ତେବେ ଆଜି ମୋଦି ତାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ପଚାରି ବୁଝିଛନ୍ତି।

modi_sonia

ସଂସଦର ମୌସୁମୀ ଅଧିବେଶନ ଆଜିଠୁ ଆରମ୍ଭ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଓ ସୋନିଆ ଗାନ୍ଧି ସଂସଦର କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ମୋଦି ହଠାତ୍‌ ତାଙ୍କ ପାଖରେ ପହଞ୍ଚିଥିଲେ। ଏହାପରେ ତାଙ୍କ ଦେହ କେମିତି ଅଛି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ସୋନିଆ ଗାନ୍ଧି ସବୁ ଠିକଠାକ ବୋଲି କହିଥିଲେ।

ବେଙ୍ଗାଲୁରୁରେ ବୈଠକ ପରେ ସୋନିଆ ଓ ରାହୁଲ ଗାନ୍ଧି ପ୍ରାଇଭେଟ ଜେଟରେ ଦିଲ୍ଲୀ ଫେରୁଥିଲେ। ହେଲେ ଖରାପ ପାଗ ଯୋଗୁ ବିମାନରେ ତ୍ରୁଟି ଦେଖାଯାଇଥିଲା। ତେଣୁ ଭୋପାଳରେ ବିମାନର ଜରୁରୀ ଅବତରଣ କରାଯାଇଥିଲା।

ଆରମ୍ଭ ହୋଇଛି ସଂସଦର ମୌସୁମୀ ଅଧିବେଶନ। ସଂସଦର ଉଭୟ ସଦନରେ ଦିବଂଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ପରେ ଦିନ ୧୨ଟା ପର୍ଯ୍ୟନ୍ତ ରାଜ୍ୟସଭା ଓ ୨ଟା ପର୍ଯ୍ୟନ୍ତ ଲୋକସଭା ମୁଲତବି ଥିଲା। ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+