ଜି-୨୦ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଲେ ମୋଦୀ, ଏମିତି କରାଗଲା ସ୍ୱାଗତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ କାର୍ଯ୍ୟକ୍ରମ ଶୁକ୍ରବାର ଆରମ୍ଭ ହୋଇଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ଜୋହନ୍ସବର୍ଗ ପହଞ୍ଚିଥିବା ବେଳେ ସେଠାରେ ଲୋକେ ତାଙ୍କୁ ଆଣ୍ଠେଇ ପଡି ମୁଣ୍ଡିଆମାରି ସ୍ୱାଗତ କରିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଯାଇଛି। ମୁଣ୍ଡିଆମାରି ଅତିଥିଙ୍କୁ ସ୍ୱାଗତ କରିବା ଭାରତୀୟ ପରମ୍ପରାରେ ରହିଛି। ଏହି ସଂସ୍କୃତି ଅନୁକରଣରେ ପ୍ରଧାମନ୍ତ୍ରୀଙ୍କୁ ଦକ୍ଷିଣ ଆଫ୍ରିକାରେ ସ୍ୱାଗତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମଧ୍ୟ ନଇଁକି ନମସ୍କାର କରି ଅଭିବାଦନ ଗ୍ରହଣ କରିଛନ୍ତି।

Modi

ଜୋହନ୍ସ ବର୍ଗରେ ଭାରତୀୟ ସମୂଦାୟ ଓ ସ୍ଥାନୀୟ ନାଗରିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ସେମାନଙ୍କ ସମ୍ମାନ ଓ ଶ୍ରଦ୍ଧା ପ୍ରକଟ କରିବା ପାଇଁ ରନୱେ ନିକଟରେ ଆଣ୍ଠେଇପଡି ମୁଣ୍ଡିଆ ମାରି ସ୍ୱାଗତ କରିଛନ୍ତି। ଏପରି ସମ୍ବର୍ଦ୍ଧନା କେବଳ ଭାରତୀୟ ସଂସ୍କୃତିରେ ରହିଛି। ଏହା ଦେଖି ପ୍ରଧାନମନ୍ତ୍ରୀ ମଧ୍ୟ ବେଶ୍ ଖୁସି ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ନେତାଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ଶୁକ୍ରବାର ଜୋହନ୍ସ ବର୍ଗରେ ପହଞ୍ଚିଛନ୍ତି। ୨୧ରୁ ୨୩ ନଭେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗଦେବେ।

ଆଫ୍ରିକାରେ ଆୟୋଜିତ ହେଉଥିବା ଏହା ପ୍ରଥମ ଜି-୨୦ ଶିଖର ସମ୍ମିଳନୀ। ପ୍ରଧାନମନ୍ତ୍ରୀ ମୋଦି ଏଠାରେ ଭାରତ ଓ ବୈଶ୍ୱିକ ଦକ୍ଷିଣ ସମ୍ପର୍କିତ ପ୍ରମୁଖ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କର ଏହା ଦକ୍ଷିଣ ଆଫ୍ରିକାକୁ ଚତୁର୍ଥ ଅଧିକାରୀକ ଯାତ୍ରା। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ୨୦୧୬ ମସିହାରେ ଦ୍ୱିପାକ୍ଷୀୟ ଯାତ୍ରା କରିଥିଲେ ଓ ୨୦୧୮ ଏବଂ ୨୦୨୩ରେ ଅନୁଷ୍ଠିତ ୨ଟି ବ୍ରିକସ୍ ସମ୍ମିଳନୀରେ ଯୋଗ ଦେବାକୁ ଦକ୍ଷିଣ ଆଫ୍ରିକା ଯାଇଥିଲେ। ଏହି ଶିଖର ସମ୍ମିଳନୀ ଇଣ୍ଡୋନେସିୟା, ଭାରତ ଓ ବ୍ରାଜିଲ ଦ୍ୱାରା ଆୟୋଜିତ ଲଗାତାର ଚତୁର୍ଥ ଜି-୨୦ ସମ୍ମିଳନୀ।

ଦିକ୍ଷିଣ ଆଫ୍ରିକା ପୂର୍ବରୁ ବ୍ରାଜିଲ ୨୦୨୪ରେ ଜି-୨୦ ସମ୍ମିଳନୀ ଆୟୋଜନ କରିଥିଲା। ୨୦୨୩ରେ ଭାରତ ଜି-୨୦ର ଅଧ୍ୟକ୍ଷତା କରିଥିବା ବେଳେ ୨୦୨୨ରେ ଇଣ୍ଡୋନେସିଆ ଜି-୨୦ ଅଧ୍ୟକ୍ଷତା କରିଥିଲା। ବୈଦେଶିକ ମନ୍ତ୍ରାଳୟ ସଚିବ (ଇଆର) ସୁଧାକର ଦଲେଲାଙ୍କ ଅନୁସାରେ ଜି-୨୦ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ। ଏହାର ପିଛିଲା ଅଧିବେଶନରେ ଦେଶମାନେ ସର୍ବ ସମ୍ମତିରେ ବୈଶ୍ୱିକ ଦକ୍ଷିଣକୁ ପ୍ରଭାବିତ କରୁଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପାଇଲଟ ପ୍ରୋଜେକ୍ଟ କରିବାକୁ ସହମତ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+