ଧର୍ମଧ୍ବଜା ସ୍ଥାପନା ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ମୋଦି
ଅଯୋଧ୍ୟା ଶ୍ରୀରାମ ମନ୍ଦିର ଧ୍ବଜାରୋହଣ ସମାରୋହ । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଶିଖରରେ ଲାଗିବ ଧର୍ମଧ୍ବଜା । ଶ୍ରୀରାମ ମନ୍ଦିର ଚୂଡ଼ାରେ ଉଡ଼ିବ ଗେରୁଆ ରଙ୍ଗର ପତାକା । ପତାକାରେ ରହିଛି ଉଜ୍ଜ୍ୱଳ 'ସୂର୍ଯ୍ୟ' ଓ ଲେଖାଯାଇଛି 'ଓମ୍'।ଧର୍ମଧ୍ବଜା ସ୍ଥାପନା କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁନା ଖଚିତ ସ୍ବତନ୍ତ୍ର ବସ୍ତ୍ରରେ ଝଲସୁଛନ୍ତି ରାମ ଲଲ୍ଲା । ହଳଦିଆ ବସ୍ତ୍ର ଉପରେ ପଶ୍ମିନା ଶାଲ୍ ପିନ୍ଧିଛନ୍ତି ପ୍ରଭୁ ।ମାର୍ଗଶୀର ମାସ ଶୁକ୍ଳପକ୍ଷ ପଞ୍ଚମୀରେ ଧ୍ବଜାରୋହଣ । ରାମସୀତାଙ୍କ ବିବାହ ପଞ୍ଚମୀରେ ଧର୍ମଧ୍ବଜା ସ୍ଥାପନା। ଧର୍ମଧ୍ବଜାର ଉଚ୍ଚତା ୧୦ ଫୁଟ୍ ଓ ଲମ୍ବ ୨୦ ଫୁଟ୍ । ଦକ୍ଷିଣ କୋଣ ତ୍ରିକୋଣୀୟରେ ସ୍ୱତନ୍ତ୍ର ପତାକା ତିଆରି। ଧର୍ମଧ୍ବଜାରେ ରହିଛି କୋବିଦାରା ଗଛର ପ୍ରତିଛବି। ମର୍ଯ୍ୟାଦା, ଏକତା ଓ ସଂସ୍କୃତିର ବାର୍ତ୍ତାବହ ଧର୍ମଧ୍ବଜା। ଧର୍ମଧ୍ବଜା ସ୍ଥାପନା ପାଇଁ ଅଯୋଧ୍ୟାରେ ପହଞ୍ଚିଲେ ମୋଦି।

ଏହି ପତାକା ପାରମ୍ପରିକ ଉତ୍ତର ଭାରତୀୟ ନଗର ସ୍ଥାପତ୍ୟ-କଳା ଶୈଳୀରେ ନିର୍ମିତ ଶିଖର ଉପରେ ଲଗାଯିବ । ଦକ୍ଷିଣ ଭାରତୀୟ ସ୍ଥାପତ୍ୟ ପରମ୍ପରାରେ କାରୁକାର୍ଯ୍ୟ କରାଯାଇଥିବା ମନ୍ଦିର ରାରିପାଖରେ ନିର୍ମିତ ୮୦୦ ମିଟର ପର୍କୋଟା, ଏକ ପରିକ୍ରମା ଘେରା, ମନ୍ଦିରର ସ୍ଥାପତ୍ୟ ବିବିଧତାକୁ ପରିଦର୍ଶନ କରୁଛି ।
ମନ୍ଦିର ସଂକଳନରେ ମୁଖ୍ୟ ମନ୍ଦିରର ବାହାର କାନ୍ଥରେ ବାଲ୍ମୀକି ରାମାୟଣ ଉପରେ ଆଧାରିତ ଭଗବାନ ଶ୍ରୀ ରାମଙ୍କ ଜୀବନର ୮୭ଟି ପ୍ରସଙ୍ଗ ଅତି ନିଖୁଣ ଭାବରେ ପଥର ଉପରେ ଖୋଦିତ କରାଯାଇଛି ଏବଂ ଚାରିପଟ କାନ୍ଥରେ ବ୍ରୋଞ୍ଜ-ନିର୍ମିତ ପଟି ଲାଗିଛି, ଯେଉଁଥିରେ ଭାରତୀୟ ସଂସ୍କୃତି ସହିତ ଜଡିତ ୭୯ଟି ପ୍ରସଙ୍ଗ ରହିଛି । ଏକତାର ଏହି ଉପାଦାନଗୁଡିକ ସମସ୍ତ ପରିଦର୍ଶକଙ୍କୁ ଏକ ଅର୍ଥପୂର୍ଣ୍ଣ ଏବଂ ଶିକ୍ଷାଗତ ଅନୁଭୂତି ପ୍ରଦାନ କରେ, ଯାହା ଭଗବାନ ଶ୍ରୀ ରାମଙ୍କ ଜୀବନ ତଥା ଭାରତର ସାଂସ୍କୃତିକ ଐତିହ୍ୟ ବିଷୟରେ ଗଭୀର ଅର୍ନ୍ତଦୃଷ୍ଟି ପ୍ରଦାନ କରେ ।












Click it and Unblock the Notifications