ମୋଦୀ ମନ୍ତ୍ରୀମଣ୍ଡଳରେ ଜାଣନ୍ତୁ କାହାକୁ ମିଳିଲା କେଉଁ ମନ୍ତ୍ରଣାଳୟ?
ମୋଦୀଙ୍କ ନୂଆ ମନ୍ତ୍ରୀମଣ୍ଡଳର ହେଲା ବିଭାଗ ବଣ୍ଟନ । ଆଜି କ୍ୟାବିନେଟ୍ ବୈଠକ ପରେ ମୋଦୀ ମନ୍ତ୍ରୀମଣ୍ଡଳର ବିଭାଗ ବଣ୍ଟନ ହେଇଛି । ନଜର ପକାନ୍ତୁ, କାହାକୁ ମିଳିଛି କେଉଁ ବିଭାଗର ମନ୍ତ୍ରୀ ପଦ..
ନୀତୀନ ଗଡ଼କରୀଙ୍କୁ ପୁଣି ସଡ଼କ ଓ ପରିବହନ ମନ୍ତ୍ରଣାଳୟ ମିଳିଥିବା ସୂଚନା । ସେହିପରି ହର୍ଷ ମଲହୋତ୍ରା, ଅଜୟ ଟମଟାଙ୍କୁ ସଡ଼କ ଓ ପରିବହନ ବିଭାଗର ରାଷ୍ଟ୍ରମନ୍ତ୍ରୀ କରାଯାଇଛି ।

ଅନ୍ୟପଟେ ରାଜନାଥ ସିଂହ ନିଜ ପାଖରେ ପ୍ରତିରକ୍ଷା ବିଭାଗ ରଖିଛନ୍ତି । ଅମିତ ଶାହ ପୂର୍ବ ପରି ଗୃହମନ୍ତ୍ରୀ ରହିଛନ୍ତି । ନିର୍ମଳା ସୀତାରମଣ ନିଜ ପାଖରେ ଅର୍ଥ ବିଭାଗ ରଖିଥିବା ବେଳେ ଏସ୍ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରୀ ରହିଛନ୍ତି ।

ସେହିପରି ମନୋହର ଲାଲ୍ଙ୍କୁ ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ ବିଭାଗ ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରିଛନ୍ତି। ଓଡ଼ିଶାର ୨ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସୂଚନା ଓ ପ୍ରସାରଣ ଏବଂ ଧମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ମିଳିଛି। ସେହିପରି ଜୁଏଲ ଓରାମଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ମିଳିଛି।

ସେହିପରି ହରଦୀପ୍ ସିଂ ପୁରୀଙ୍କୁ ପେଟ୍ରୋଲିୟମ ମନ୍ତ୍ରୀ, ଏଚଡି କୁମାର ସ୍ୱାମୀଙ୍କୁ ଭାରୀ ଶିଳ୍ପ ଏବଂ ଇସ୍ପାତ













Click it and Unblock the Notifications