ଏନସିପିକୁ ସ୍ଥାନ ମିଳିଲାନି ମୋଦୀ କ୍ୟାବିନେଟରେ
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନରେନ୍ଦ୍ର ମୋଦୀ ନେବେ ଶପଥ । ଆଉ ଏଭଳି ସମୟରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ମୋଦୀ କ୍ୟାବିନେଟରେ ସ୍ଥାନ ପାଇବ ନାହିଁ ବୋଲି କଳ୍ପନାଜଳ୍ପନା ଚାଲିଥିଲା । ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ସମ୍ଭାବ୍ୟ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ, ସେତେବେଳେ ଏନସିପିରୁ କେହି ଉପସ୍ଥିତ ନଥିଲେ । ଯେଉଁ କାରଣରୁ କୁହାଯାଉଥିଲା ଅଜିତ ପାୱାରଙ୍କ ନେତୃତ୍ୱ ଏନସିପକୁ କୌଣସି ମନ୍ତ୍ରୀ ପଦ ମିଳିବନି ।
କୁହାଯାଉଛି ଯେ ଏନସିପି ମୁଖ୍ୟ ଅଜିତ ପାୱାର କେନ୍ଦ୍ରର ନୂଆ ସରକାରରେ ଯୋଗ ଦେବା ପାଇଁ କୌଣସି ଆହ୍ୱାନ ନ ଥିବାରୁ ସେ ବତର୍ତ୍ତମାନ କ୍ଷୁବ୍ଧ ଅଛନ୍ତି । ମହାରାଷ୍ଟ୍ର ର ଡେପୁଟି ସିଏମ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀରେ ଏନସିପି ସାଂସଦ ସୁନୀଲ ତଟକରେଙ୍କ ଘରେ ପହଞ୍ଚିଛନ୍ତି ।

ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ଛଗନ ଭୁଜବଳ ମଧ୍ୟ ଉପସ୍ଥିତ ଅଛନ୍ତି । ସୁନୀଲ ତଟକରେ ରାୟଗଡ ଲୋକସଭା ଆସନରୁ ନିର୍ବାଚନ ଜିତିଥିବା ବେଳେ ପ୍ରଫୁଲ୍ଲ ପଟେଲ ରାଜ୍ୟସଭା ସଦସ୍ୟ ଅଛନ୍ତି ।
ଅନ୍ୟପକ୍ଷରେ ଶରଦ ପାୱାର ଗୋଷ୍ଠୀର ନେତା ରୋହିତ ପାୱାର ଅଜିତ ପାୱାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି "ଅଜିତ ଦାଦାଙ୍କ କ୍ଷମତା ହ୍ରାସ ପାଇଛି । ବିଜେପି ଏକ ବାର୍ତ୍ତା ଦେବାକୁ ଚାହୁଁଛି ଯେ ଆମେ ଆପଣଙ୍କଠାରୁ ଫାଇଦା ପାଇନାହୁଁ । ଅଜିତ ଦାଦାଙ୍କୁ ବିଜେପି ପୂର୍ବରୁ ବିଜେପି ଚିହ୍ନରେ ଲଢ଼ିବାକୁ ପଡ଼ିବ ।












Click it and Unblock the Notifications