ବିଭାଗ ମିଳିବା ପରେ ଦାୟିତ୍ୱ ନେଉଛନ୍ତି କେନ୍ଦ୍ର ମନ୍ତ୍ରୀମଣ୍ତଳ
Modi 3.0 Cabinet: ବିଭାଗ ମିଳିବା ପରେ ଦାୟିତ୍ୱ ନେଉଛନ୍ତି କେନ୍ଦ୍ର ମନ୍ତ୍ରୀମଣ୍ତଳ । ରେଳ ମନ୍ତ୍ରଣାଳୟରେ ପହଞ୍ଚି କାର୍ଯ୍ୟଭାର ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ରେଳ ମନ୍ତ୍ରଣାଳୟରେ ଅଶ୍ୱିନୀ ବୈଷ୍ଣବଙ୍କୁ ଫୁଲ ତୋଡା ଏବଂ କରତାଳି ଦେଇ ସ୍ୱାଗତ କରାଯାଇଛି । ରେଳ ମନ୍ତ୍ରଣାଳୟ ଏବଂ ସୂଚନା ଓ ପ୍ରସାରଣ ବିଭାଗକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ । ତେବେ ଏଥର ଯୁବ ପୀଢିଙ୍କ ପାଇଁ ଅନେକ ନୂଆ ଯୋଜନା ଅଣାଯିବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

ସେହିପରି ଡକ୍ଟର ଏସ୍ ଜୟଶଙ୍କର ପୁଣି ଥରେ ବୈଦେଶିକ ମନ୍ତ୍ରୀ ଭାବରେ ଦେଶ ସେବା କରିବାକୁ ଯାଉଛନ୍ତି। ମଙ୍ଗଳବାର ସକାଳେ ଜୟଶଙ୍କର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ ପହଞ୍ଚି ଦେଶର ନୂତନ ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି । ଏହି ସମୟରେ ସେ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ ଆଲୋଚନା କରିଥିଲେ । ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର (POK) ଏବଂ ପାକିସ୍ଥାନ, ଚୀନକୁ ନେଇ ଲାଗି ରହିଥିବା ବିବାଦର ଏଥର ସମାଧାନ କରାଯିବା ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଥିଲେ ।












Click it and Unblock the Notifications