ଭୁବନେଶ୍ୱରରେ ହେବେ ଆଧୁନିକ ମାଛ ମାର୍କେଟ, ୫୦ କୋଟିର ଅନୁଦାନ ମଞ୍ଜୁର
Odisha News: ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ଆଧୁନିକ ମାଛ ମାର୍କେଟ । ଉତ୍ତର ଭୁବନେଶ୍ୱର ପାଣ୍ତେରା ଅଞ୍ଚଳରେ ଏହି ଆଧୁନିକ ମାଛ ମାର୍କେଟ ସ୍ଥାପନ ହେବ ଯେଉଁଥି ପାଇଁ ଦୀର୍ଘ ଦିନ ହେବ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଆସୁଥିଲେ ଭିବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।
ଶେଷରେ ରାଜ୍ୟ ସରକାରଙ୍କ ସହମତି ପରେ ଏହି ପ୍ରକଳ୍ପ ନେଇ ସୂଚନା କେନ୍ଦ୍ରକୁ ପଠାଯାଇଥିଲା ଏବଂ କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ତିଆ ଏହି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ପାଣ୍ତେରା ନିକଟରେ ୫.୮୦ ଏକର ଜମିରେ ଏକି ଆଧୁନିକ ମାଛ ମାର୍କେଟ ସ୍ଥାପନ କରିଯିବ ଏଥିପାଇଁ ୫୦ କୋଟିର ଅନୁଦାନ ମଞ୍ଜୁର କରାଯାଇଛି ।

ବର୍ତ୍ତମାନ ରାଜଧାନୀରେ ହେବାକୁ ଥିବା ଏହି ଅତ୍ୟାଧୁନିକ ମାଛ ମାର୍କେଟକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି,୨୦୨୩ ମସିହାରେ ପୂର୍ବ ସରକାର ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ପରେ BMC ଏଥିପାଇଁ ଜାଗା ଚିହ୍ନଟ କରିବା ସହ ଜିପିଆପ ମଧ୍ୟ ପ୍ରସ୍ତୁତ କରିଥିଲା । ଏପରିକି ପୂର୍ବ ସରକାର ଏହି ମାଛ ମାର୍କେଟ ପାଇଁ ଅର୍ଥ ମଧ୍ୟ ବ୍ୟୟ ବରାଦ କରିଥିଲେ ହେଲେ ନିର୍ବାଚନ ସମୟ ଆସିବାରୁ ଜିପିଆରକୁ ଅନୁମୋଦନ ମିଳିପାରି ନଥିଲା । ତେବେ ଗତକାଲି ରାଜ୍ୟ ସରକାର ଏହାକୁ ଅନୁମୋଦନ କରିଛନ୍ତି ସେଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ ।












Click it and Unblock the Notifications