ଜାମ୍ମୁ କାଶ୍ମୀରର ୨ଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବନ୍ଦ

ଜାମ୍ମୁ କାଶ୍ମୀର: ଜାମ୍ମୁ କାଶ୍ମୀରର ୨ଟି ଜିଲ୍ଲାରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଠପ୍ । ପୁଞ୍ଚ୍ ଓ ରାଜୌରୀରେ ମୋବାଇଲ୍ ଇଣ୍ଟରନେଟ୍ ସେବା ବ୍ୟାନ୍ କରିଦିଆଯାଇଛି । ତେବେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ପାଇଁ ଅନିଶ୍ଚିତ କାଳ ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ନେଇ ସୂଚନା ରହିଛି । ପୁଞ୍ଚରେ ୪ ଜଣ ଯବାନ ସହିଦ ହେବା ପରେ ଚାଲିଛି ସର୍ଚ୍ଚ ଅପରେସନ୍ ।ଏବେ ମଧ୍ୟ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା କରାଯାଉଛି ।

 Jammu And Kashmir


ସୂଚନାଥାଉ ଯେ, ଗୁରୁବାର ଦିନ ଯବାନମାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଉପରେ ହଠାତ୍ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ପୁଞ୍ଚ ସେକ୍ଟରର ଥାନାମଣ୍ଡି ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣରେ ୪ଜଣ ଯାବାନ ସହିଦ ହୋଇଥିବା ବେଳେ , ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳକୁ ଅତିରିକ୍ତ ଯବାନଙ୍କୁ ପଠାଯାଇ ସର୍ଚ୍ଚ ଅପରେସନ ଯୋରଦାର କରାଯାଇଛି । ରାଜୋରିର ଥାନାମଣ୍ଡିର ଡେରା ରାସ୍ତାରେ ୨୦ ଡିସେମ୍ବର ରାତିରୁ ସେନା ସର୍ଚ୍ଚ ଅପରେସନ ଜାରି ରଖିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+