କେଜ୍ରିୱାଲଙ୍କ ଘରେ ଆପର ଗୁରୁତ୍ୱପୂର୍ଣ୍ଣ ବୈଠକ, ସୁନୀତାଙ୍କୁ ଭେଟୁଛନ୍ତି ବିଧାୟକ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଆମ୍ ଆଦମୀ ପାର୍ଟି ବିଧାୟକଙ୍କ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ଆପ ବିଧାୟକ ସୁନୀତା କେଜ୍ରିୱାଲଙ୍କୁ ଭେଟିବାକୁ ଆସୁଛନ୍ତି। ଏଭଳି ପରିସ୍ଥିତିରେ ଆମ୍ ଆଦମୀ ପାର୍ଟିରେ ଏକ ବଡ ପରିବର୍ତ୍ତନ ହୋଇପାରେ। ସୌରଭ ଭରଦ୍ୱାଜ, କୈଲାଶ ଗେହଲୋଟ୍ ସିଏମ୍ ବାସଭବନରେ ମଧ୍ୟ ଉପସ୍ଥିତ ଅଛନ୍ତି।

ଅରବିନ୍ଦ କେଜ୍ରିୱାଲ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି । ଦଳର କହିବାନୁସାରେ, ସୁନୀତା କେଜ୍ରିୱାଲଙ୍କ ରାଜନୈତିକ ରାସ୍ତାକୁ ସଫା କରିବାକୁ ଏହା ଏକ ପ୍ରୟାସ।
ସୂଚନା ଯୋଗ୍ୟ ଯେ କାଲି ରିମାଣ୍ଡ ସରିବା ପରେ ଜେଲ୍ ଗଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ତିହାର ଜେଲ୍ରେ ରହିବେ । ଏନେଇ ଜେଲ୍ ପକ୍ଷରୁ ବ୍ୟବସ୍ଥା ଆରମ୍ଭ ହୋଇଛି । ତିହାରର ୨ ନମ୍ବର ଜେଲରେ ୨୪ ଘଂଟିଆ ସିସିଟିଭି ନଜରରେ ରହିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସପ୍ତାହକୁ ୨ ଥର ଅରବିନ୍ଦଙ୍କୁ ଭେଟିପାରିବେ ପରିବାର ଲୋକେ । ତେବେ ଆଜି ଜେଲ୍ ଯିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ମୋଦୀ ଯାହା କରୁଛନ୍ତି ତାହା ଦେଶ ପାଇଁ ଠିକ୍ ନୁହେଁ ବୋଲି କହିଛନ୍ତି ଅରବିନ୍ଦ ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ରିମାଣ୍ଡ ସରିବା ପରେ ବିଭାଗୀୟ ହାଜତକୁ ଯାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆଜିଠୁ ୧୫ ଦିନିଆ ବିଚାର ବିଭାଗୀୟ ହାଜତରେ ରହିବେ କେଜ୍ରିୱାଲ । ଜେରା ସମୟରେ କେଜ୍ରିୱାଲ ସହଯୋଗ କରୁଥିବା କାରଣରୁ ଆହୁରି ୧୫ ଦିନ ହେପାଜତରେ ନେବାକୁ ଇଡି କୋର୍ଟରେ ଆବେଦନ କରିଥିଲେ । ଇଡିର ଅନୁମତି ଦେବା ସହ କୋର୍ଟ ଏପ୍ରିଲ ୧୫ ତାରିଖ ଯାଏଁ ଜେଲ୍ ପଠାଇ ଦେଇଛନ୍ତି । ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଠିକଣା ତିହାର୍ ଜେଲ୍ ।












Click it and Unblock the Notifications