ବୋମା ପିନ୍ଧି ବିଧାନସଭା ଗଲେ ବିଧାୟକ, ଜାଣନ୍ତୁ ଏମିତି କରିବାର କାରଣ କଣ?

ଆଜି ମଧ୍ୟପ୍ରଦେଶ ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନ । ମଧ୍ୟପ୍ରଦେଶର ହରଦା ଜିଲାରେ ବାଣ କାରଖାନାରେ ହୋଇଥିବା ବୋମା ବିସ୍ଫୋରଣ କେବଳ ରାଜ୍ୟକୁ ନୁହେଁ ସାରା ଦେଶକୁ ଚକିତ କରିଛି । ହରଦା ବୋମା ବିସ୍ଫୋରଣ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଉଦ୍ଦେଶ୍ୟରେ ହରଦାର କଂଗ୍ରେସ ବିଧାୟକ ସୁତଲି ବୋମା ପିନ୍ଧି ବିଧାନସଭାରେ ପହଞ୍ଚିଥିଲେ । ମଧ୍ୟପ୍ରଦେଶର ହରଦାର କଂଗ୍ରେସ ବିଧାୟକ ରାମକିଶୋର ଦୋଗନେ ବେକରେ ଏକ ବୋମାମାଳ ପକାଇ ବିଧାନସଭାରେ ପହଞ୍ଚିଥିବା ଘଟଣା ଚର୍ଚ୍ଚାକୁ ଆସିଛି ।

ବିଧାୟକଙ୍କ ଏଭଳି ଅବତାର ଦେଖି ବିଧାନସଭାରେ ଉପସ୍ଥିତ ଥିବା ପ୍ରତିଟି ବ୍ୟକ୍ତି ଚକିତ ଓ ଭୟଭୀତ ହୋଇଯାଇଥିଲେ । ପରେ ଜଣାପଡ଼ିଲା କି ରାମକିଶୋର ବେକରେ ପକାଇଥିବା ବୋମାମାଳ ଅସଲି ନୁହେଁ । ବର୍ତ୍ତମାନ ବିଧାୟକ ଥିବା ଆର.କେ ଦୋଗନେଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବିଧାନସଭାରେ ମଧ୍ୟ ହରଦା ଦୁର୍ଘଟଣା ପ୍ରସଙ୍ଗ ଉଠିଥିଲା ।

MLA R K Dogne

ବାଣ କାରଖାନାରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଘଟଣାକୁ ନେଇ ବିରୋଧୀ ଦଳର ବିଧାୟକ ରାମକିଶୋର ଦୋଗନେ ମହାତ୍ମାଗାନ୍ଧିଙ୍କ ପ୍ରତିମା ସମ୍ମୁଖରେ ଧାରଣା ଦେଇଛନ୍ତି । ଏଥିସହିତ ସେ କହିଛନ୍ତି,' ୪ଲକ୍ଷ ଟଙ୍କାର ସହାୟତ ଓ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରିଦେଲେ କିଛି ହେବ ନାହିଁ । ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+