ଅପହରଣ ମାମଲାରେ ଏଚ୍.ଡି.ରେଭନ୍ନାଙ୍କୁ ଗିରଫ କଲା SIT

ନୂଆଦିଲ୍ଲୀ: ଅପହରଣ ମାମଲାରେ ଶେଷରେ ଗିରଫ ହୋଇଛନ୍ତି କର୍ଣ୍ଣାଟକାର ବିଜେପି ସହଯୋଗୀ ଜେଡିଏସ୍‌ର ବିଧାୟକ ଏଚଡି ରେଭାନ୍ନା । ତାଙ୍କୁ ଆଜି କର୍ଣ୍ଣାଟକା ପୁଲିସ୍‌ର ଏସ୍‌ଆଇଟି ଟିମ ଗିରଫ କରିଛି । ଗିରଫଦାରୀରୁ ବର୍ତ୍ତିବା ପାଇଁ ରେଭାନ୍ନା ତାଙ୍କ ବାପା ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡ଼ାଙ୍କ ବାସଭବନରେ ରହିଥିଲେ । କିନ୍ତୁ ଏସ୍‌ଆଇଟି ଟିମ ତାଙ୍କୁ ସେଠାରୁ ଗିରଫ କରିନେଇଛି ।

ମୌସୁରରେ ଦୁଷ୍କର୍ମର ଶୀକାର ହୋଇଥିବା ଜଣେ ମହିଳାଙ୍କ ଅପହରଣ ହୋଇଥିବା ମାମଲା ରୁଜୁ ହୋଇଥିଲା । କଥିତ ସେକ୍ସ ଭିଡିଓ ସାମ୍ନାକୁ ଆସିବା ପରେ ଏହି ମହିଳାଜଣଙ୍କ ନିଖୋଜ ହୋଇ ଯାଇଥିଲେ । ତାଙ୍କ ମାଆ ଥାନାରେ ଅପହରଣ ମାମଲା ରୁଜୁ କରିଥିଲେ ।ପୋଲିସ ଏହାର ତଦନ୍ତ କରି ରେଭନ୍ନାଙ୍କ ନିକଟତମ ବ୍ୟକ୍ତି ସତୀଶ ବଚନ୍ନାଙ୍କୁ ଗିରଫ କରିଥିଲା ।

H D Revanna

ଏସଆଇଟି ପକ୍ଷରୁ ରେଭନ୍ନାଙ୍କୁ ୨ ଥର ନୋଟିସ ଦି ଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ । ଗିରଫରୁ ବର୍ତିବା ପାଇଁ ସେ ଅଗ୍ରୀମ ଜାମିନ ଆବେଦନ କରିଥିଲେ । ତେବେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ଦେଇଥିଲେ । ପୂର୍ବରୁ ରେଭନ୍ନା ଓ ତାଙ୍କ ପୁଅ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରୀ ହୋଇଥିଲା ।

ଅନ୍ୟପଟେ ଏହି ମାମଲାରେ ପ୍ରଜ୍ୱଲ ଆଗୁଆ ଜାମିନ ଆବେଦନ କରିଥିବା ବେଳେ ଏଚ୍ ଡି ରେଭାନ୍ନା ଅନ୍ତରୀଣ ଜାମିନ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଉଭୟ ଅଭିଯୁକ୍ତ ନେତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ାଙ୍କ ପୁଅ ଏଚଡି ରେଭାନ୍ନା ଏବଂ ତାଙ୍କ ପୁଅ ପ୍ରଜୱାଲ ରେଭାନ୍ନାଙ୍କ ବିରୋଧରେ ସେଠାରେ କାର୍ଯ୍ୟରତ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ।

ପ୍ରଜ୍ୱାଲଙ୍କ ଅନେକ ଆପତ୍ତିଜନକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ହେବା ପରେ ପ୍ରଜ୍ୱାଲ ଦେଶ ଛାଡ଼ି ପଳାଇଛନ୍ତି । ସେମାନେ ଜର୍ମାନୀରେ ଥିବା କୁହାଯାଉଛି । ପ୍ରଜ୍ୱଲ ରେଭନ୍ନା କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ବର୍ତ୍ତମାନର ସାଂସଦ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ବର୍ତ୍ତମାନର ଜେଡିଏସ୍ ପ୍ରାର୍ଥୀ ମଧ୍ୟ ଅଟନ୍ତି । ଏପ୍ରିଲ ୨୬ରେ ଦ୍ୱିତୀୟ ପର୍ଯ୍ୟାୟରେ ତାଙ୍କ ଲୋକସଭା ଆସନରେ ମତଦାନ ହୋଇଥିଲା । ଏହାପରେ ତାଙ୍କର ଆପତ୍ତିଜନକ ଭିଡିଓ ଭାଇରାଲ ହେବା ସହ ସେବେଠାରୁ ସେ ସର୍ବସାଧାରଣରେ ନଜର ଆସିନାହାନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+