Get Updates
Get notified of breaking news, exclusive insights, and must-see stories!

ଭାଷାକୁ ନେଇ ବଡ଼ ବୟାନ ଦେଲେ ଷ୍ଟାଲିନ୍‌, କହିଲେ...

ହିନ୍ଦୀ ଭାଷାକୁ ଅଧିକ ଟାର୍ଗେଟ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ଏନେଇ ସେ କେନ୍ଦ୍ର ଉପରେ ଦୋଷ ଲଦିଛନ୍ତି। ଗତ ୧୦୦ ବର୍ଷ ମଧ୍ଯରେ କେବଳ ହିନ୍ଦୀ ଭାଷା ୨୫ଟି ଉତ୍ତର ଭାରତୀୟ ଭାଷାକୁ ଧ୍ବଂସ କରିଦେଇଛନ୍ତି ବୋଲି କହିଛନ୍ତି ଷ୍ଟାଲିନ। ତାଙ୍କ ରାଜ୍ୟ ସରକାର ହିନ୍ଦୀକୁ ଲାଗୁ କରିବାକୁ ଦେବେ ନାହିଁ ଏବଂ ତାମିଲ ଭାଷା ଓ ସଂସ୍କୃତିର ସୁରକ୍ଷା କରିବେ । ତାଙ୍କ ସରକାର ଆଉ ଏକ ଭାଷା ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ସେ କହିଛନ୍ତି ।

ସିଏମ୍ ଷ୍ଟାଲିନ୍ ତାଙ୍କ ଚିଠିରେ ଲେଖିଛନ୍ତି, 'ହିନ୍ଦୀକୁ ଲାଗୁ କରିବାକୁ ଆମେ ବିରୋଧ କରିବୁ। ହିନ୍ଦୀ ଏକ ମାସ୍କ ହୋଇଥିବା ବେଳେ ସଂସ୍କୃତ ଏହାର ଲୁକ୍କାୟିତ ଚେହେରା। ଡିଏମକେ ସରକାର ଦାବି କରିଛନ୍ତି ଯେ ଜାତୀୟ ଶିକ୍ଷା ନୀତି (ଏନଇପି) ଅଧୀନରେ ତ୍ରିଭାଷା ଫର୍ମୁଲା ମାଧ୍ୟମରେ ହିନ୍ଦୀ ଲାଗୁ କରିବାକୁ ଚେଷ୍ଟା କରାଯାଉଛି।

mk stalin

ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସିଏମ ଷ୍ଟାଲିନ୍ ତାଙ୍କ ଚିଠିରେ ଲେଖିଛନ୍ତି ଯେ ବିହାର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ହିନ୍ଦୀର ଆଧିପତ୍ୟ ଦ୍ୱାରା ମୈଥିଲି, ବ୍ରଜ ଭାଷା, ବୁନ୍ଦେଲି ଏବଂ ଅବଧି ଭଳି ଭାଷାକୁ ଉଚ୍ଛେଦ କରାଯାଇଛି।ହିନ୍ଦୀର ପ୍ରସାର ଲାଗି କେନ୍ଦ୍ର ସରକାର ଉଦ୍ୟମ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ନୂଆ ଶିକ୍ଷାନୀତି ଅନୁସାରେ ଅନେକ ରାଜ୍ଯ ସଂସ୍କୃତକୁ ପ୍ରାଧାନ୍ୟ ଦେଉଛନ୍ତି।

ନୂଆ ଶିକ୍ଷାନୀତିରେ ଥିବା ତ୍ରିଭାଷା ଫର୍ମୂଲା ଅନୁସାରେ ମାତୃଭାଷା, ଇଂରାଜୀ ଓ ନିଜ ଇଚ୍ଛାନୁସାରେ ଗୋଟିଏ ଭାଷା ପଢିବା ବ୍ୟବସ୍ଥା ରହିଛି। କେବଳ ଆଣ୍ଡାମାନ ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ତାମିଲ ପଢାଯାଉନାହିଁ। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ଆସୁଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ତାମିଲ ଶିକ୍ଷକ ନଥିବା ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାରଙ୍କ ନୀତି ଅନୁସାରେ ଯଦି ବିଦ୍ୟାଳୟରେ ଅତି କମରେ ୧୫ ପିଲା ତାମିଲ ପଢିବା ଲାଗି ଆଗ୍ରହୀ ତେବେ ସେଠାରେ ତାମିଲ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+