ନିର୍ବାଚନୀ ରାଲିରେ ଚୋରି ହେଲା ମିଥୁନଙ୍କ ପର୍ସ

ଧାନବାଦ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ଆସିଥିବା ମିଥୁନ ଚକ୍ରବର୍ତ୍ତୀଙ୍କ ପର୍ସ ଚୋରି ହୋଇଯାଇଛି। ମିଥୁନଙ୍କ ପର୍ସ ଚୋରି ହୋଇଯାଇଥିବା ଘଟଣାକୁ ନେଇ ଏକ ଭିଡିଓ ପୋଷ୍ଟ ହୋଇଛି। ଏହି ଭିଡିଓରେ ମଞ୍ଚ ଉପରେ ମିଥୁନଙ୍କ ପର୍ସ ‌ଚୋରି ହୋଇଯାଇଥିବା ଘଟଣା ସମ୍ପର୍କରେ ସମସ୍ତଙ୍କୁ ପ୍ରଚାର କରି ସୂଚନା ଦିଅ‌ଯାଉଛି।

ଜଣେ ବ୍ୟକ୍ତି ମଞ୍ଚ ଉପରେ ଛିଡ଼ା ହୋଇ କହୁଛନ୍ତି, 'ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁ କି ଯେଉଁ ବ୍ୟକ୍ତି ବି ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ଫୋନ ନେଇଛନ୍ତି ଦୟାକରି ଫେରାଇ ଦିଅନ୍ତୁ।' ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ଧନବାଦ ଜିଲ୍ଲା ନିରସା ବିଧାନସଭାରେ ଅନେକ ଷ୍ଟାର ପ୍ରଚାରକ ପହଞ୍ଚିଥିଲେ।

mithun

ବିଜେପିର ପ୍ରଚାର ପାଇଁ ନୂଆନୂଆ ଷ୍ଟାର ପ୍ରଚାରକ ମଇଦାନକୁ ଓହ୍ଲାଇଥିଲେ। ଧନବାଦର ନିରସା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ଅପର୍ଣ୍ଣା ସେନ ଗୁପ୍ତାଙ୍କ ପାଇଁ ବିଜେପି ପକ୍ଷରୁ ଏକ ରାଲି ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ ଯୋଗ ଦେଇ ଅପର୍ଣ୍ଣାଙ୍କ ନିମନ୍ତେ ପ୍ରଚାର ପାଇଁ ଆସିଥିଲେ ମିଥୁନ ।

ଏଠାରେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିବା ବେଳେ କୌଣସି ପ୍ରକାର ସୁରକ୍ଷା ବ୍ୟବସ୍ଥା ନଥିଲା।ଅପରପକ୍ଷରେ ବିଭିନ୍ନ ଦଳର ନେତାମାନେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ​​ବିଜେପି ପାଇଁ ପ୍ରଚାର କରିବାକୁ ଆସୁଛନ୍ତି। ଏହା ବ୍ୟତୀତ ବିଜେପି ଅନେକ ଷ୍ଟାର ପ୍ରଚାରକଙ୍କୁ ମଧ୍ୟ ପ୍ରଚାରରେ ସାମିଲ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+