ଦାଦାଙ୍କୁ ଦାଦାସାହେବ ଫାଲକେ ପୁରସ୍କାର

Mithun Chakraborty: ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିବ ଭାରତୀୟ ସିନେମାର ସର୍ବୋଚ୍ଚ ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କାର । 74 ବର୍ଷୀୟ ଅଭିନେତାଙ୍କୁ ବର୍ତ୍ତମାନ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯିବ । ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣେବ ଏହା ଘୋଷଣା କରିଛନ୍ତି।

Mithun Chakraborty

8 ଅକ୍ଟୋବର 2024 ରେ 70 ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଅଭିନେତାଙ୍କ ପାଇଁ ଏହି ପୁରସ୍କାର ଘୋଷଣା ହେବା ପରେ ତାଙ୍କର ସମସ୍ତ ପ୍ରଶଂସକ ଏବଂ ଅନେକ ସେଲିବ୍ରିଟି ତାଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଏହା ପୂର୍ବରୁ ମିଥୁନ ଚକ୍ରବର୍ତ୍ତୀଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏପ୍ରିଲରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ଏବଂ ଅଭିନେତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ X ଆକାଉଣ୍ଟରେ ଏକ ପୋଷ୍ଟ ସେୟାର ଏନେି ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, "ମିଥୁନ ଦା 'ଙ୍କର ଉଲ୍ଲେଖନୀୟ ସିନେମା ଯାତ୍ରା ପ୍ରତ୍ୟେକ ପିଢିକୁ ପ୍ରେରଣା ଯୋଗାଏ! ଦାଦାସାହେବ ଫାଲକେ ସିଲେକସନ ଜୁରି କିମ୍ବଦନ୍ତୀ ଅଭିନେତା ଶ୍ରୀ ମିଥୁନ ଚକ୍ରବର୍ତ୍ତୀଙ୍କୁ ଭାରତୀୟ ସିନେମାରେ ଅବଦାନ ପାଇଁ ସମ୍ମାନିତ କରିଛନ୍ତି।"

ସୂଚନାଥାଉ ଯେ, କୋଲକାତାରେ ଜନ୍ମିତ ମିଥୁନ ଚକ୍ରବର୍ତ୍ତୀ ବହୁ ସଂଘର୍ଷ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ସେ 1977 ଚଳଚ୍ଚିତ୍ର 'Mrigayaa' ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ର ପାଇଁ ମିଥୁନ ଶ୍ରେଷ୍ଠ ଅଭିନେତା ପାଇଁ ଜାତୀୟ ପୁରସ୍କାର ମଧ୍ୟ ପାଇଥିଲେ । ଏହା ପରେ ସେ ବଲିଉଡକୁ ଅନେକ ସୁପର-ଡୁପର ହିଟ୍ ଫିଲ୍ମ ଭେଟି ଦେଇଥିଲେ । ମିଥୁନ ତାଙ୍କ କ୍ୟାରିୟରରେ ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ, ବଙ୍ଗାଳୀ ଏବଂ ପଞ୍ଜାବୀରେ 350 ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+