କେରଳ ବିଜେପିର ଅଧ୍ୟକ୍ଷ ହେଲେ ରାଜୀବ ଚନ୍ଦ୍ରଶେଖର

କେରଳ ବିଜେପିର ମଙ୍ଗ ଧରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ରାଜୀବ ଚନ୍ଦ୍ରଶେଖର ।ରବିବାର ବିଜେପିର କେନ୍ଦ୍ରୀୟ ନେତୃତ୍ୱ ରାଜୀବ ଚନ୍ଦ୍ରଶେଖରଙ୍କୁ କେରଳ ଶାଖାର ସଭାପତି କରିବା ଲାଗି ପ୍ରସ୍ତାବ ଦେଇଥିଲେ । ସୋମବାର ସର୍ବସମ୍ମତିକ୍ରମେ ସମର୍ଥନ କରାଯିବା ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ।

ସୋମବାର ତିରୁଅନନ୍ତପୁରମରେ ଅନୁଷ୍ଠିତ ବିଜେପି କେରଳ ରାଜ୍ୟ ପରିଷଦ ବୈଠକରେ ସେ ଦଳର ଦାୟିତ୍ୱ ଗ୍ରହଣ କରିଛନ୍ତି । ପରେ ଗଣମାଧ୍ୟମକୁ ସେ କହିଛନ୍ତି ରାଜ୍ୟରେ ବିଜେପିକୁ ବିକଳ୍ପ ଭାବେ ଠିଆ କରାଇବେ । ଦୁଇ ରାଜନୈତିକ ସାମ୍ମୁଖ୍ୟ ଏଲ୍‌ଡିଏଫ ଏବଂ ୟୁଡିଏଫ୍‌ ରାଜ୍ୟକୁ ରସାତଳକୁ ନେଇଯାଇଛନ୍ତି । ସେ କେବଳ ରାଜ୍ୟ ନୁହେଁ, ରାଜ୍ୟବାସୀଙ୍କ ଜୀବନରେ ବଡ ପରିବର୍ତ୍ତନ ଆଣିବେ ।

Rajeev Chandrasekhar

ଅର୍ଥନୀତିରେ ରାଜ୍ୟକୁ ସମୃଦ୍ଧ କରିବେ, ନିବେଶ ଆଣିବେ, ଯୁବବର୍ଗଙ୍କ ପାଇଁ ସୁଯୋଗ ସୃଷ୍ଟି କରିବେ ଓ ରାଜ୍ୟବାସୀଙ୍କୁ ବିକଳ୍ପ ସରକାର ଦେବେ । ରାଜ୍ୟକୁ ବିକଶିତ କେରଳ ଭାବେ ଗଢ଼ିତୋଳିବା ଲାଗି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+