ମିଶନ୍ ଆଦିତ୍ୟ-L1: ଲଞ୍ଚ ପ୍ୟାଡରେ ତୟାର ବିଶାଳ PSLV ରକେଟ୍

Aditya-L1 Mission: ଚନ୍ଦ୍ର ପରେ ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ISRO)ର ଆଗାମୀ ପ୍ରୋଜେକ୍ଟ ରହିଛି ସୂର୍ଯ୍ୟ । ଯେଉଁଥିପାଇଁ ଆଦିତ୍ୟ- L1 ମିଶନ ଆରମ୍ଭ ହୋଇଯାଇଛି । ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି । ଲଞ୍ଚ୍ ପ୍ୟାଡରେ ପ୍ରସ୍ତୁତ ଅଛି ବିଶାଳ PSLV ରକେଟ୍ । ଅନ୍ୟପକ୍ଷରେ, ଯେଉଁ ରକେଟରେ ମହାକାଶକୁ ଆଦିତ୍ୟ-L1 ପଠାଯିବ ତାହାର ଏକ ଫଟୋ ଇଶ୍ରୋ ପକ୍ଷରୁ ପ୍ରକାଶ କରାଯାଇଛି । ଏହା ବ୍ୟତୀତ ଶ୍ରୀହାରିକୋଟା ସ୍ପେସପୋର୍ଟରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ଯଦି ସବୁକିଛି ଠିକ ରୁହ, ତେବେ ସେପ୍ଟେମ୍ବର ୨ ତାରିଖ ସକାଳ 11.50ରେ ଆଦିତ୍ୟ-L1 ଲଞ୍ଚ୍ କରାଯିବ ।

Aditya L1

ଦେଶର ଶକ୍ତିଶାଳୀ ରକେଟ୍ PSLV-C57ରୁ ଆଦିତ୍ୟ L1 ଲଞ୍ଚ୍ କରାଯିବ । ଯାହାର ୪ଟି ଫଟୋ ISRO ଅଫିସିଆଲ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ପୋଷ୍ଟ କରାଯାଇଛି । ଏହି ପୋଷ୍ଟ ସେୟାର କରି ISRO ଲେଖିଛି- "Aditya-L1 ବହନ କରୁଥିବା PSLV-C57 ଶ୍ରୀହାରିକୋଟା ଠାରେ ଦ୍ୱିତୀୟ ଲଞ୍ଚ୍ ପ୍ୟାଡକୁ ସ୍ଥାନାନ୍ତରିତ କରାଯାଇଛି । ସେପ୍ଟେମ୍ବର ୨ ତାରିଖ ସକାଳ 11.50ରେ ଆଦିତ୍ୟ-L1 ଲଞ୍ଚ୍ କରାଯିବ । ISRO ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି । ଲଞ୍ଚ୍ ପ୍ୟାଡରେ ତୟାର ବିଶାଳ PSLV ରକେଟ୍ ।

ବୌଜ୍ଞାନିକଙ୍କ ସୂଚନା ଅନୁସାରେ, ସମସ୍ତ ସାଟେଲାଇଟ୍ ଇକ୍ୱେଟର ନିକଟରେ ଘୂରି ବୁଲିଥାଏ । ଦେଶର ଅନ୍ୟ ଅଂଶ ଅପେକ୍ଷା ଶ୍ରୀହରିକୋଟା ଇକ୍ୟୁଏଟରର ନିକଟତମ । ଏପରି ପରିସ୍ଥିତିରେ ଯେତେବେଳେ ଏଠାରୁ ରକେଟ୍ ଉତକ୍ଷେପଣ ହୁଏ, ସେତେବେଳେ ଏହା ସାଟେଲାଇଟକୁ କମ୍ ଇନ୍ଧନରେ ପୃଥିବୀର କକ୍ଷପଥକୁ ନେବାରେ ସାହାଯ୍ୟ କରିଥାଏ । ଏହା ମିଶନର ଖର୍ଚ୍ଚ କମ୍ କରିଥାଏ । ଏହା ବ୍ୟତୀତ ଶ୍ରୀହାରିକୋଟା ସମୁଦ୍ର କୂଳରେ ଅବସ୍ଥିତ, ଏପରି ପରିସ୍ଥିତିରେ, ଯଦି ଉତକ୍ଷେପଣରେ କୌଣସି ଅସୁବିଧା ହୁଏ ତେବେ ରକେଟକୁ ସମୁଦ୍ରରେ କ୍ରାଶ କରି ଦିଆଯାଇଥାଏ ।

ସୂଚନାଥାଉ ଯେ, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଜ୍ୟୋତିର୍ବିଜ୍ଞାନ ନିର୍ଦ୍ଦେଶକ ଅନ୍ନପୂର୍ଣ୍ଣି ସୁବ୍ରମଣ୍ୟମ୍ କହିଛନ୍ତି ଯେ, 'ଆଦିତ୍ୟ- L1 ମିଶନ ସେପ୍ଟେମ୍ବର 2 ରେ ଶ୍ରୀହରିକୋଟା ଠାରୁ 11:50ରେ ଲଞ୍ଚ୍ କରାଯିବା । ଏହା PSLV-C57 ଲଞ୍ଚରରେ ଲଞ୍ଚ କରାଯିବ । L1 ପଏଣ୍ଟ 1.5 ମିଲିୟନ୍ କିଲୋମିଟର ଦୂରରେ ରହିଛି ତେଣୁ ଏହି ପଏଣ୍ଟରେ ପହଞ୍ଚିବାକୁ ପ୍ରାୟ 100-120 ଦିନ ଲାଗିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+