ପାଣିରେ ପଡିଲା ନୌସେନାର 1 କୋଟି ଟଙ୍କା
ମହିଳାଙ୍କ ମୃତଦେହକୁ ନୌସେନା ସମୁଦ୍ରରେ ଖୋଜୁଥିବା ବେଳେ ସେ ଆଉ ଏକ ସ୍ଥାନରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲୁଥିବା ବେଳେ ଧରାପଡ଼ିଛନ୍ତି । ଯୁବତୀ ନିଜ ମାଆଙ୍କୁ ମେସେଜ କରି ଜଣାଇଲେ ଯେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ନେଲୋର ପଳାଇଆସିଛନ୍ତି ।
ବିଶାଖାପାଟଣା : ଆପଣ ପ୍ରେମର ଅନେକ ଉଦାହରଣ ଦେଖିଥିବେ । ବିଶାଖପାଟଣା ବେଳାଭୂରେ ଯେଉଁ ଭଳି ପ୍ରେମ ଦେଖାଗଲା, ତାହା ଦେଖିବା ବିରଳ । ବିଶାଖପାଟଣା ସମୁଦ୍ର କୂଳ ଅନେକ ଯୋଡିଙ୍କ ପାଇଁ ରୋମାଣ୍ଟିକ ପ୍ଲେସ ପାଲଟି ଥାଏ । ଏହାର ସୁନ୍ଦରତା ଅନେକଙ୍କୁ ବିଶାଖପାଟଣା ଆସିବା ପାଇଁ ଆକର୍ଷିତ କରିଥାଏ । ଗୋଟିଏ ପଟେ ସମୁଦ୍ର ଆଉ ଗୋଟିଏ ପଟେ ପାହାଡ ଘେରା ଆନ୍ଧ୍ରପ୍ରଦେଶର ସୁନ୍ଦର ସହରଟି ଅନେକଙ୍କ ମନ ମୋହି ଥାଏ । ତେବେ ଏହାର ବେଳା ଭୂମିରେ ଜଣେ ନବ ବିବାହିତ ଦମ୍ପତି ମଧ୍ୟ ବୁଲିବା ପାଇଁ ଆସିଥିଲେ । କିନ୍ତୁ ହଠାତ ସମୁଦ୍ର କୂଳରୁ ଗାଏବ ହୋଇଗଲେ ମହିଳା ଜଣକ ।

ସୂଚନା ଅନୁସାରେ, ଜଣେ ନବଦମ୍ପତି ବିଶାଖପାଟଣା ବୁଲିବାକୁ ଆସିଥିଲେ ବେଳା ଭୂମିରେ ବୁଲୁଥିବା ବେଳେ ସ୍ବାମୀଙ୍କର ଏକ ଫୋନ କଲ୍ ଆସିଥିଲା । ତେଣୁ ସେ କିଛି ସମୟ ପାଇଁ ସେ ପତ୍ନୀଙ୍କ ଠାରୁ ଦୂରେଇ ଯାଇଥିଲେ । ସେହି ସମୟରେ ପତ୍ନୀ ସେଲଫି ଉଠାଉଥିଲେ । କିନ୍ତୁ ସ୍ବାମୀ ଫେରି ଦେଖନ୍ତି ତ ପତ୍ନୀ ଗାଏବ ହୋଇଯାଇଥିଲେ । ଏହାପରେ ଏଣେ ତେଣେ ଖୋଜିବା ପରେ ସେ ମିଳିନଥିଲେ । ତାଙ୍କର ସଂଦେହ ହେଲା ଯେ ସେ ସମୁଦ୍ରରେ ବୁଡ଼ି ଯାଇଛନ୍ତି ।
ଏ ସଂପର୍କରେ ତାଙ୍କ ସ୍ବାମୀ ପୁଲିସକୁ ଜଣାଇଥିଲେ । ପରେ ପୁଲିସର ଅନୁରୋଧ କ୍ରମେ ନୌସେନା, କୋଷ୍ଟଗାର୍ଡ ଆଦି ସମୁଦ୍ରରେ ତାଙ୍କୁ ଖୋଜିବା ଆରମ୍ଭ କରିଦେଲେ । ପ୍ରାୟ 36 ଘଣ୍ଟା ଧରି ଗଭୀର ସମୁଦ୍ରରେ ଖୋଜା ଖୋଜି କରିବାରେ ନୌସେନାର ପ୍ରାୟ 1 କୋଟି ଟଙ୍କା ଖର୍ଚ୍ଚ ହୋଇଗଲା । ମହିଳାଙ୍କ ମୃତଦେହକୁ ନୌସେନା ସମୁଦ୍ରରେ ଖୋଜୁଥିବା ବେଳେ ସେ ଆଉ ଏକ ସ୍ଥାନରେ ନିଜ ବୟଫ୍ରେଣ୍ଡଙ୍କ ସହ ବୁଲୁଥିବା ବେଳେ ଧରାପଡ଼ିଛନ୍ତି । ଯୁବତୀ ନିଜ ମାଆଙ୍କୁ ମେସେଜ କରି ଜଣାଇଲେ ଯେ ସେ ନିଜ ବୟଫ୍ରେଣ୍ଡଙ୍କ ସହ ନେଲୋର ପଳାଇଆସିଛନ୍ତି । ଏହା ପରେ ହିଁ ଘଟଣାର ସତ୍ୟତା ପଦାକୁ ଆସିଥିଲା।












Click it and Unblock the Notifications