ଭାରତରୁ ଫିଲିପାଇନ୍ସ ଗଲା କ୍ଷେପଣାସ୍ତ୍ର, ଚିନ୍ତାରେ ଚୀନ
ନୂଆଦିଲ୍ଲୀ: ଭାରତ ଫିଲିପାଇନ୍ସକୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ବିକ୍ରୟ କରିଛି। ଶୁକ୍ରବାର ଭାରତୀୟ ବାୟୁସେନାର ସି-୧୭ ପରିବହନ ବିମାନ କ୍ଷେପଣାସ୍ତ୍ର ବ୍ୟବସ୍ଥା ନେଇ ଫିଲିପାଇନ୍ସସ୍ଥିତ କଲ୍ଲାର୍କ ଏୟାରବେସରେ ପହଞ୍ଚିଥିଲା। ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଫିଲିପାଇନ୍ସ ସହ ଏହି ପ୍ରତିରକ୍ଷା ଚୁକ୍ତି ଭାରତୀୟ ପ୍ରତିରକ୍ଷା କ୍ଷେତ୍ର ପାଇଁ ପ୍ରଥମ ପ୍ରମୁଖ ଅନ୍ତର୍ଜାତୀୟ ରପ୍ତାନୀ ବ୍ୟବସ୍ଥା ଥିଲା। ୨୯୦ କିଲୋମିଟର ଦୂରତା ବିଶିଷ୍ଟ ଆଣ୍ଟି-ସିପ୍ କ୍ରୁଜ୍ କ୍ଷେପଣାସ୍ତ୍ରର କୂଳ ଭିତ୍ତିକ ସଂସ୍କରଣ ପାଇଁ ଏହି ଅର୍ଡର ଦିଆଯାଇଛି। ୨୦୨୨ ମସିହାରେ ଦୁଇ ଦେଶ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଭାରତ ଓ ଫିଲିପାଇନ୍ସ ମଧ୍ୟରେ ପ୍ରାୟ ୩୭୫ ନିୟୁତ ଆମେରିକୀୟ ଡଲାରରେ ଚୁକ୍ତି ହୋଇଥିଲା।

ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସ ଓ ଚୀନ୍ ମଧ୍ୟରେ ଲଗାତାର ଉତ୍ତେଜନା ଲାଗି ରହିଥିବା ବେଳେ ଭାରତ ପକ୍ଷରୁ ଫିଲିପାଇନ୍ସକୁ ଏହି କ୍ଷେପଣାସ୍ତ୍ର ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ଭାରତ ଶୁକ୍ରବାର ଫିଲିପାଇନ୍ସକୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପ୍ରଥମ ସେଟ୍ ହସ୍ତାନ୍ତର କରିଛି।
ଦକ୍ଷିଣ ଚୀନ୍ ସାଗରରେ ଚୀନ ଓ ଫିଲିପାଇନ୍ସ ମଧ୍ୟରେ ବିବାଦ ରହିଛି । କିନ୍ତୁ ଏବେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପହଞ୍ଚିବା ପରେ ଏବେ ଚୀନ୍କୁ ଉଚିତ ଜବାବ ଦେବାକୁ ପ୍ରସ୍ତୁତ ଅଛି ଫିଲିପାଇନ୍ସ। ଫିଲିପାଇନ୍ସ ଉପକୂଳରୁ ସୁପରସୋନିକ୍ ବ୍ରହ୍ମୋସ୍ ସହଜରେ ଚୀନ୍ ଯୁଦ୍ଧ ଜାହାଜକୁ ଟାର୍ଗେଟ କରିପାରିବ।












Click it and Unblock the Notifications