ପହଲଗାନ୍ ଆତଙ୍କବାଦ ଆକ୍ରମଣ ପରେ ପାକିସ୍ତାନରେ ମିସାଇଲ୍ ପରୀକ୍ଷଣ
ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଆଜି ସାରା ବିଶ୍ୱରେ ଚିନ୍ତାର ମାହୋଲ ରହଛି ଏବଂ ପାକିସ୍ତାନ ପାଇଁ ଲୋକଙ୍କ ମନରେ ଭରି ରହିଛି ରାଗ । ଯେଉଁଥି ପାଇଁ ପାକିସ୍ତାନରେ ଭୟର ବାତାବରଣ ରହିଛି। ବର୍ତ୍ତମାନ ପାକିସ୍ତାନ ଭୟରେ ରହିଛି ଯେ ଭାରତ ପ୍ରତିଶୋଧ ନେଇପାରେ। ଯେଉଁଥି ପାଇଁ ପାକିସ୍ତାନ ସେନା ମଧ୍ୟ ସତର୍କ ଅଛି ଏବଂ ଦେଶରେ ହାଇ ଆଲାର୍ଟ ଜାରି କରାଯାଇଛି ।

ବୁଧବାର ରାତିରେ, ପାକିସ୍ତାନ ବାୟୁସେନା ଚିନ୍ତିତ ଥିଲା ଯେ ଭାରତ ପିଓକେରେ ବିମାନ ଆକ୍ରମଣ କରିପାରେ କାରଣ ଏହା ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ପ୍ରତିଶୋଧ ନେଇପାରେ। ଏହାର କାରଣ ହେଉଛି ପିଓକେରେ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଲଞ୍ଚ ପ୍ୟାଡ୍, ଯେଉଁଠାରୁ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପ ଘଟେ। ସେହିପରି ଆଜି ପାକିସ୍ତାନ ଏକ ବଡ଼ ନିଷ୍ପତ୍ତି ନେଇଛି।
पाकिस्तान ने 24-25 अप्रैल को अपने विशेष आर्थिक क्षेत्र के भीतर कराची तट पर सतह से सतह पर मार करने वाली मिसाइल का परीक्षण करने के लिए अधिसूचना जारी की है। संबंधित भारतीय एजेंसियां सभी घटनाक्रमों पर कड़ी नज़र रख रही हैं: रक्षा सूत्र
— ANI_HindiNews (@AHindinews) April 24, 2025
ଭାରତ ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ପାକିସ୍ତାନ ଏପ୍ରିଲ 24-25 ତାରିଖରେ ତାର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ମଧ୍ୟରେ କରାଚୀ ଉପକୂଳରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିବାକୁ ଏକ ବିଜ୍ଞପ୍ତି ଜାରି କରିଛି। ସମ୍ପୃକ୍ତ ଭାରତୀୟ ଏଜେନ୍ସିଗୁଡ଼ିକ ସମସ୍ତ ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଦେଶର ପ୍ରତିରକ୍ଷା ସୂତ୍ରଗୁଡ଼ିକ ଏ ବିଷୟରେ ସୂଚନା ଦେଇଛନ୍ତି।












Click it and Unblock the Notifications