Get Updates
Get notified of breaking news, exclusive insights, and must-see stories!

୨୧ ବର୍ଷ ପରେ ଭାରତକୁ ଫେରିଲା ମିସ୍ ୟୁନିଭର୍ସ ଟାଇଟଲ, ବ୍ରହ୍ମାଣ୍ଡ ସୁନ୍ଦରୀ ବନିଲେ ଭାରତର ହରନାଜ ସାନ୍ଧୁ

ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଫେରିଛି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ। ଭାରତର ହରନାଜ ସାନ୍ଧୁ ୨୦୨୧ ମସିହା ବ୍ରାହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ଜିତିଛନ୍ତି। ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହାରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛ

ମୁମ୍ବାଇ: ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଫେରିଛି ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ। ଭାରତର ହରନାଜ ସାନ୍ଧୁ ୨୦୨୧ ମସିହା ବ୍ରାହ୍ମଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ମୁକୁଟ ଜିତିଛନ୍ତି। ଇସ୍ରାଏଲର ଇଲାଟରେ ଅନୁଷ୍ଠିତ ୭୦ତମ ମିସ୍‌ ୟୁନିଭର୍ସରେ ହାରନାଜ ପ୍ରାୟ ୮୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

Harnaaz Sandhu

୭୦ ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ସୋମବାର ସକାଳୁ ଇଜ୍ରାଏଲର ଇଲିୟଟରେ ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତାରେ ହରନାଜ କୌର ବିଶ୍ୱର ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇଥିଲେ । ତେବେ ଶେଷଥର ପାଇଁ ୨୦୦୦ ମସିହାରେ ଭାରତର ଝିଅ ଲାରା ଦତ୍ତ ଏହି ପ୍ରତିଯୋଗିତା ଜିତିଥିଲେ । ତୃତୀୟ ଭାରତୀୟ ଭାବେ ହରନାଜ ଏହି ଟାଇଟଲ ଜିତିଛନ୍ତି । ସେହିପରି ୧୯୯୪ରେ ସୁସ୍ମିତା ସେନ ମିସ ୟୁନଭର୍ସ ହୋଇଥିଲେ। ଏବେ ଏହି ତାଲିକାରେ ଏବେ ହରନାଜ ସାନ୍ଧୁ ଯୋଡ଼ି ହୋଇଯାଇଛନ୍ତି।

ପଞ୍ଜାବର ୨୧ ବର୍ଷୀୟ ହରନାଜଙ୍କୁ ଫାଇନାଲ ରାଉଣ୍ଡରେ ପାରାଗୁୟେ ଓ ଦକ୍ଷିଣ ଆଫ୍ରିକାର ପ୍ରତିଯୋଗୀ ବେଶ ଚ୍ୟାଲେଞ୍ଜ ଦେଇଥିଲେ। ତେବେ ଶେଷ ମୁହୂର୍ତ୍ତରେ ହରନାଜ ମୁକୁଟ ହାତେଇବାକୁ ସକ୍ଷମ ହୋଇଛନ୍ତି। ତାଙ୍କୁ ୨୦୨୦ର ମିସ୍‌ ୟୁନିଭର୍ସ ମେକ୍ସିକୋର ଆଣ୍ଡ୍ରେଆ ମେଜା ବିଜୟ ମୁକୁଟ ପିନ୍ଧାଇଛନ୍ତି। ଏକାଧିକ ପଞ୍ଜାବୀ ଫିଲ୍କରେ ଅଭିନୟ କରିଥିବା ହରନାଜ ଫେମିନା ମିସ୍‌ ଇଣ୍ଡିଆ ପଞ୍ଜାବ ଭଳି ଅନେକ ସୁନ୍ଦରୀ ପ୍ରତିଯୋଗିତାରେ ବିଜୟୀ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ହରନାଜ କୌର ହେଉଛନ୍ତି ଭାରତର ଚଣ୍ଡୀଗଡର ବାସିନ୍ଧା । ତାଙ୍କର ଜନ୍ମ ଏକ ଶିଖ୍ ପରିବାରରେ ହୋଇଥିଲା । ହରନାଜ ୨୦୧୭ରେ ମିସ୍ ଚଣ୍ଡୀଗଡର ଟାଇଟଲ ମଧ୍ୟ ଜିତିଥିଲେ । ଏହାପରେ ୨୦୧୮ରେ ସେ ମିସ୍ ମ୍ୟାକ୍ସ ଇମର୍ଜିଂ ଷ୍ଟାର ଇଣ୍ଡିଆ ଟାଇଟଲ ଜିତିଥିଲେ । ଦୁଇ ଦୁଇଟି ଟାଇଟଲ ଜିତିବା ପରେ ସେ ୨୦୧୯ରେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଠାରେ ଟପ୍ ୧୨ରେ ମଧ୍ୟ ସ୍ଥାନ ପାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+