For Quick Alerts
Turn On Notification  
For Daily Alerts
Oneindia App Download

ନାବାଳିକାକୁ ଦୁଷ୍କର୍ମ: ମାଆର ପ୍ରେମିକ ଗିରଫ

ପିଶାଚୀ ସାଜିଲା ମାଆ। ନିଜ ଝିଅ ସହ ଦୁଷ୍କର୍ମ କରିବାକୁ ଅନୁମତି ଦେଲା । ଚେନ୍ନାଇରୁ ଏଭଳି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି ।

|

ଚେନ୍ନାଇ: ପିଶାଚୀ ସାଜିଲା ମାଆ। ନିଜ ଝିଅ ସହ ଦୁଷ୍କର୍ମ କରିବାକୁ ଅନୁମତି ଦେଲା । ଚେନ୍ନାଇରୁ ଏଭଳି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଛି । ନାବାଳିକା ଝିଅଟି ଏକ ଶିଶୁକୁ ଜନ୍ମ ଦେବା ପରେ ସମ୍ପୂର୍ଣ୍ଣ ଘଟଣା ଉପରୁ ପରଦା ଉଠିଛି ।

rape

ସୂଚନା ଅନୁଯାୟୀ, ସମ୍ପୃକ୍ତ ମହିଳା ଦିନ ମଜୁରିଆ ଭାବେ କାମ କରନ୍ତି । ଜଣେ 50 ବର୍ଷୀୟ ବ୍ୟକ୍ତିଙ୍କ ସହ ତାଙ୍କର ଅନୈତିକ ସମ୍ପର୍କ ରହିଥିଲା । କିନ୍ତୁ ସେହି ବ୍ୟକ୍ତି ମହିଳାଙ୍କ ନାବାଳିକା ଝିଅକୁ ବାହାହେବାକୁ ଚାହୁଁଥିବା କହିଥିଲେ ।

ଦିନ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଯାଇଥିଲା । କେହି ଯେପରି ଘଟଣା ସମ୍ପର୍କରେ ନ ଜାଣିବେ ସେଥିପାଇଁ ମହିଳା ଝିଅର ସ୍କୁଲ ଯିବା ବନ୍ଦ କରିବା ସହ ନିଜ ପ୍ରେମିକ ସାଙ୍ଗରେ ତାର ବାହାଘର କରାଇ ଦେଇଥିଲେ । ନାବାଳିକାଟି ପ୍ରସବ ଯନ୍ତ୍ରଣା ପାଇବା ସହ ବାଥରୁମରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । କିନ୍ତୁ ଜନ୍ମପରେ ଶିଶୁଟି ଅସୁସ୍ଥ ହୋଇଯିବାରୁ ଚିକିତ୍ସା ପାଇଁ ତାକୁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ମେଡିକାଲ କର୍ମଚାରୀ ପିଲାଟିର ଜନ୍ମ ପ୍ରମାଣପତ୍ର ମାଗିଥିଲେ । ଯେତେବେଳେ ମହିଳା ଜଣକ ମେଡିକାଲରେ ନିଜ ନାବାଳିକା ଝିଅର ଆଧାରକାର୍ଡ ଦାଖଲ କଲେ ସେହି ସମୟରେ ସବୁ ଘଟଣା ପଦାକୁ ଆସିଥିଲା ।

ମହିଳା ନାବାଳିକା ଝିଅ ସହ ନିଜ ପ୍ରେମିକକୁ ଦୁଷ୍କର୍ମ ଏବଂ ବିବାହ କରିବାକୁ ଅନୁମତି ଦେଇଥିବାର ଜଣାପଡିଥିଲା । ମେଡିକାଲ କର୍ମଚାରୀ ଏ ସମ୍ପର୍କରେ ଶିଶୁ ମଙ୍ଗଳ କମିଟିକୁ ଜଣାଇଥିଲେ । ଏନେଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ମାଆ ଓ ତାର ପ୍ରେମିକକୁ ଗିରଫ କରିଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Minor raped by mother's boyfriend. . Mother and boyfried arrested by police.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X