Get Updates
Get notified of breaking news, exclusive insights, and must-see stories!

ସୋସିଆଲ ମିଡିଆ ସାଙ୍ଗ ପାଇଁ ଘର ଛାଡିଲେ ନାବାଳିକା

ମାତ୍ର କୋଡିଏ ଦିନର ବନ୍ଧୁତା ପାଇଁ 13 ବର୍ଷୀୟା ନିଜ ଘର ଛାଡି ଚାଲିଯାଇଛନ୍ତି । ଶେଷରେ ଝିଅକୁ ଖୋଜି ନ ପାଇବା ପରେ ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ ।

ଜୟପୁର: ଆଜିକାଲି ସୋସିଆଲ ମିଡିଆରେ ପିଲାମାନେ ଅଧିକ ସମୟ ବିତାଉଛନ୍ତି । ଯାହା ମାଧ୍ୟମରେ ଅନେକ ଅପରାଧିକ କାର୍ଯ୍ୟକଳାପର ଶିକାର ହେଉଛନ୍ତି ନୀରିହ ଶିଶୁମାନେ । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଜୟପୁରରେ । ମାତ୍ର କୋଡିଏ ଦିନର ବନ୍ଧୁତା ପାଇଁ 13 ବର୍ଷୀୟା ନିଜ ଘର ଛାଡି ଚାଲିଯାଇଛନ୍ତି । ଶେଷରେ ଝିଅକୁ ଖୋଜି ନ ପାଇବା ପରେ ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ ।

minor girl

ସୂଚନା ଅନୁଯାୟୀ, ନାବାଳିକା ଜଣକ ଅଷ୍ଟମ ଶ୍ରେଣୀରେ ପାଠ ପଢନ୍ତି । ତାଙ୍କର ଇନଷ୍ଟାଗ୍ରାମରେ ଜଣେ ଯୁବକଙ୍କ ସହ ବନ୍ଧୁତା ଗଢି ଉଠିଥିଲା । ରାତି ଦିନ ଯୁବକଙ୍କ ସହିତ ଚାଟିଂ କରୁଥିଲେ । ଏହାକୁ ନେଇ ପରିବାର ଲୋକ ତାଗିଦ ମଧ୍ୟ କରିଥିଲେ। କିନ୍ତୁ ଏଥିରେ ରାଗିଯାଇ ନାବାଳିକା ଜଣକ ତାଙ୍କ ବନ୍ଧୁଙ୍କୁ ଦେଖା କରିବା ପାଇଁ ଘରୁ ଚାଲିଯାଇଥିଲେ ।

ତେବେ କଥା ହେଉଛି ନାବାଳିକାଟି ପାଖରେ ଇନଷ୍ଟାଗ୍ରାମ ବନ୍ଧୁର ଫୋନ ନମ୍ବର କିମ୍ବା ଘର ଠିକଣା ନଥିଲା । ତେଣୁ ନାବାଳିକାକୁ ଖୋଜିବାରେ ପୋଲିସକୁ ମଧ୍ୟ ନାହିଁ ନଥିବା ସମସ୍ୟାର ସାମନା କରିବା ପାଇଁ ପଡିଥିଲା । ପରିବାର ଲୋକଙ୍କୁ ପଚରାଉଚରା ପରେ ଝିଅଟି ସାଙ୍ଗରେ ନିଜ ଜେଜେମାଆଙ୍କ ଫୋନ ନେଇଯାଇଥିବାର ଜଣାପଡିଥିଲା । ଫଳରେ କଲ୍ ଟ୍ରେସିଂରୁ ସେ ଆଜମେରରେ ଥିବା ସୂଚନା ମିଳିଥିଲା । ଏହାପରେ ଆଜମେର ପୋଲିସର ସହାୟତାରେ ଝିଅଟିକୁ ଖୋଜାଖୋଜି କରାଯାଇଥିଲା । ଶେଷରେ ଝିଅଟି ଏକ ବସ୍‌ରେ କାନ୍ଦୁଥିବା ଅବସ୍ଥାରେ ମିଳିଥିଲେ । ସୋମବାର ଦିନ ପୋଲିସ ସୁରକ୍ଷିତ ଭାବେ ନାବାଳିକାକୁ ତାଙ୍କ ପରିବାର ଜିମା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+