ଚଳନ୍ତା କାରରେ ନାବାଳିକାଙ୍କୁ ଦୁଷ୍କର୍ମ
ଚଳନ୍ତା କାରରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ। ନାବାଳକ ବନ୍ଧୁମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ହାଇଦ୍ରାବାଦର ଜୁବ୍ଲି ହିଲ୍ସ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।
ହାଇଦ୍ରାବାଦ: ଚଳନ୍ତା କାରରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ। ନାବାଳକ ବନ୍ଧୁମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ହାଇଦ୍ରାବାଦର ଜୁବ୍ଲି ହିଲ୍ସ୍ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏନେଇ ସ୍ଥାନୀୟ ଥାନାରେ ପୀଡିତାଙ୍କ ପିତା ଅଭିଯୋଗ କରିଛନ୍ତି ।

ରାଜଧାନୀ ନିର୍ଭୟା ଘଟଣାର ପୁନରାବୃତ୍ତି ହୋଇଛି ହାଇଦ୍ରାବାଦ ଜୁବଲି ହିଲ୍ସ ଅଞ୍ଚଳରେ । ଘରୁ ସାଙ୍ଗ ମାନଙ୍କ ସହ ବୁଲି ଯାଇଥିବା ନାବାଳିକାକୁ ଦୁଷ୍କର୍ମ କରିଛନ୍ତି ନାବାଳକ ସାଙ୍ଗମାନେ । ଶନିବାର ସଂଧ୍ୟା ସମୟରେ ନାବାଳିକା ଜଣକ କାରରେ ସାଙ୍ଗଙ୍କ ସହ ପବ୍ ଯାଇଥିଲେ । ହେଲେ ଫେରିବା ବାଟରେ କାରରେ ଆଉ ଦୁଇ ଜଣ ନାବାଳକ କାରରେ ବସିଥିଲେ ।
ଏହାପରେ ଧିରେ ଧିରେ ନାବାଳିକାଙ୍କ ସହ ଅସଦବ୍ୟବହାର କରିବା ଆରମ୍ଭ କରିଥିଲେ । ଏହାପରେ ସମସ୍ତେ ମିଶି ନାବାଳିକାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ। ଏନେଇ ପୀଡିତାଙ୍କ ପିତା 5 ଜଣ ନାବାଳକଙ୍କ ନାମରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ ଧାରା 354 ଓ 323 ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications